ଅନ୍ୟାନ୍ୟ

କଣିହାଁ ମହାବିଦ୍ୟାଳୟର ନୂତନ କ୍ଯାମ୍ପସ ପାଇଁ ଭୂମିପୂଜନ ଆୟୋଜିତ

By Angul TV Bureau

July 28, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ମହକୁମାରେ ଥିବା କଣିହାଁ ମହାବିଦ୍ୟାଳୟର +୨ ବିଭାଗ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଶନିବାର ନୂତନ କ୍ଯାମ୍ପସର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କଣିହାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ମଦନ ମୋହନ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ଏୟୁସିସି ବ୍ୟାଙ୍କ ଅଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ, କଣିହାଁ କୋଇଲା କ୍ଷେତ୍ର ମହାପ୍ରବନ୍ଧକ ନରେଶ କୁମାର ସିଂହ, ସହକାରୀ ମହାପ୍ରବନ୍ଧକ ଦିନେଶ କୁମାର ମାଳି, କଣିହାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁ, କଣିହାଁ ସରପଞ୍ଚ ରଞ୍ଜିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ନୂତନ କ୍ଯାମ୍ପସ ନିର୍ମାଣ ପର୍ଯ୍ୟନ୍ତ ପୁରୁଣା କ୍ଯାମ୍ପସରେ ପାଠ ପଢ଼ିବା ଜାରି ରଖିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ କଣିହାଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ।