ମୁଖ୍ୟ ଖବର

ପଥରମୁଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ, ଯୋଗ ଦେଲେ ୧୦ ହଜାର ଶ୍ରଦ୍ଧାଳୁ

By Angul TV Bureau

January 20, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପଥରମୁଣ୍ଡା ଗ୍ରାମର ଜଗନ୍ନାଥ ବିହାର ଠାରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏ ଅବସରରେ ସୋମବାର ସକାଳେ ବିରାଟ କଳସ ଯାତ୍ରା ହୋଇଥିଲା। କଳସ ଯାତ୍ରାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସାମିଲ ହୋଇ କଳସ ଧରି ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ପ୍ରଥମେ ସୂର୍ଯ୍ୟପୂଜା କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଯଜ୍ଞରେ କର୍ତ୍ତା ଭାବରେ ଗ୍ରାମ ସଭାପତି ବ୍ରଜବନ୍ଧୁ ବିଶ୍ବାଳ ସସ୍ତ୍ରୀକ ଯୋଗ ଦେଇଥିଲେ।

ପରେ ରତ୍ନମୁଦ କାର୍ଯ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପୂର୍ବତନ ସାଂସଦ ମହେଶ ସାହୁ, କଣିହାଁ ପଂଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଜିଲ୍ଲା ପରିଷଦ ରଞ୍ଜନ ସାହୁ, ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏ ଅବସରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୧୦ହଜାର ଭକ୍ତଙ୍କ ସମାବେଶ ହୋଇଥିଲା।