ମୁଖ୍ୟ ଖବର

୮ ଦଫା ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଜରଡ଼ା କ୍ଷତିଗ୍ରସ୍ତ ପ୍ରଜା

By Angul TV Bureau

May 17, 2025

ଅନୁଗୁଳ: ୮ ଦଫା ଦାବିରେ କଣିହାଁ କୋଇଲା ଖଣିର ଜରଡ଼ା ମୁଖ୍ୟ ଫାଟକ ସାମ୍ନାରେ ପୁଣି ଆନ୍ଦୋଳନ କରିଛନ୍ତି କ୍ଷତିଗ୍ରସ୍ତ ପ୍ରଜା। ଆନ୍ଦୋଳନ ପାଇଁ କୋଇଲା ଖନନ ଓ ପରିବହନ ବାଧାପ୍ରାପ୍ତ ହୋଇଛି।

ପଥରମୁଣ୍ଡା ରକବାର ଉପରେ ଜରଡ଼ାବାସୀଙ୍କୁ ଜମି ଯୋଗାଇବା, ପାଚେରୀ ନିର୍ମାଣ ସହ ଉନ୍ନତିକରଣ, ବଳକା ନିଯୁକ୍ତି, କ୍ଷତିପୂରଣ ଆଦି ୮ ଦଫା ଦାବିରେ ଆନ୍ଦୋଳନରେ ବସିଥିଲେ। ବାରମ୍ବାର ଲିଖିତ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ଦାବି ପୂରଣ ନହେବା ଫଳରେ ଗ୍ରାମବାସୀ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି।

ଖବର ପାଇ କଣିହାଁ ଖଣି ବରିଷ୍ଠ ଅଧିକାରୀ, ସ୍ଥାନୀୟ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଆନ୍ଦୋଳନରୁ ହଟିନଥିଲେ।ଜରଡ଼ା ଗ୍ରାମ୍ୟ କମିଟି ଅଭିଯୋଗ ମୁତାବକ, ଖଣି କର୍ତ୍ତୃପକ୍ଷ ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପୂରଣ ନ ହେବାରୁ ସେମାନେ ଧାରଣା ଦେଇଛନ୍ତି।