ଘଟଣା ଓ ଦୁର୍ଘଟଣା

ପରିତ୍ୟକ୍ତ କୂଅରୁ ଜଙ୍ଗଲୀ ବାରହାକୁ ଉଦ୍ଧାର କଲା ବନ ବିଭାଗ

By Angul TV Bureau

December 26, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧୀନସ୍ଥ ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ପୁରୁଣାପାଣି ସାହିର ପରିତ୍ୟକ୍ତ ଖୋଲା କୂଅରେ ପଡ଼ିଥିବା ଏକ ଜଙ୍ଗଲୀ ବାରହାକୁ ବୁଧବାର ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ କଣିହା ବନ୍ୟାଞ୍ଚଳ ଓ ଅଗ୍ନିଶମର ଭାରପ୍ରାପ୍ତ ଅଧିକାରୀ ସୁଜିତ ମିଶ୍ରଙ୍କ ନେତୃତ୍ଵରେ ପ୍ରଭାସ ବେହେରା, ବିକ୍ରମ ସାହୁ ଏବଂ ବନରକ୍ଷକ ଦୀପକ କୁମାର ସାହୁ, ଗଜମିତ୍ର ରଞ୍ଜନ ପ୍ରଧାନ, ଧ୍ରୁବ ସାହୁ, ପ୍ରଶାନ୍ତ ପ୍ରଧାନ, ସଂସାର ସାହୁ, ବସନ୍ତ ସାହୁ ପ୍ରମୁଖ ଜଙ୍ଗଲୀ ବରାହକୁ ଉଦ୍ଧାର କରିଥିଲେ। କୂଅରୁ ଉଦ୍ଧାର ହେବା ପରେ ବାରହାଟି ଜଙ୍ଗଲକୁ ଦୌଡ଼ି ପଳାଇଥିବା ନେଇ ବନ କର୍ମଚାରୀ କହିଛନ୍ତି।