କ୍ରୀଡ଼ା

କରାଟେ ବେଲଟ୍ ପରୀକ୍ଷଣ ଶିବିର

By Biswaranjan Pattnaik

October 13, 2025

ଅନୁଗୁଳ: ପିଟିସି ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ କ୍ୟୁକୋସିନ କରାଟେ ସଂଗଠନ ପକ୍ଷରୁ ବେଲଟ ପରୀକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ଜେନା ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ବରିଷ୍ଠ ସଦସ୍ୟ ତଥା ସମ୍ବାଦ ଡେସ୍କ ଇନ୍ ଚାର୍ଜ ପ୍ରଦ୍ୟୁମ୍ନ ରାଉତ,ସମ୍ପାଦକ ବବିନ ଗଡ଼ନାୟକ,ବିଶ୍ବରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

୫୦ ରୁ ଅଧିକ ଛାତ୍ର ଛାତ୍ରୀ କରାଟେ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରି ପ୍ରମାଣପତ୍ର ଅତିଥି ମାନଙ୍କଠାରୁ ଗ୍ରହଣ କରିଥିଲେ। ସଂଗଠନର ପ୍ରଶିକ୍ଷକ ସାନସେଇ ବାସୁଦେବ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।