ଅନ୍ୟାନ୍ୟ

କାର୍ଗିଲ ବିଜୟ ସ୍ମାରକୀ ରଥ ସହର ବୁଲିଲା

By Biswaranjan Pattnaik

July 26, 2026

ଅନୁଗୋଳ:  କାର୍ଗିଲ ବିଜୟ ଦିବସ ଅବସରରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମାରକୀ ରଥ ଅନୁଗୋଳ ସହର ପରିକ୍ରମା କରିଥିଲା ଦେଶାତ୍ମବୋଧକ ଗୀତ ସହ ଭାରତର କାର୍ଗିଲ ବିଜୟ ସମ୍ବଳିତ ସ୍ଥିରଚିତ୍ର ଏଥିରେ ପ୍ରଦର୍ଶିତ ହୋଇଥିଲା।ଅନୁଗୋଳ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏହି ରଥର ଶୁଭାରମ୍ଭ କରିଥିଲେ।ପରିଷଦର ସଭାପତି ପ୍ରତାପ କୁମାର ମହାପାତ୍ର ସମ୍ପାଦକ ପର୍ଶୁରାମ ଦାଶ ଙ୍କ ନେତୃତ୍ୱରେ ଯୁବ ସ୍ୱେଚ୍ଛାସେବୀ ସୁବ୍ରତ ପ୍ରଧାନ, ନିରୋଦ କୁମାର ସାହୁ ରୁକେଶ ରଞ୍ଜନ ଦାସ, ଆଦ୍ୟସ୍ଲୋକ ମିଶ୍ର , ସୂର୍ଯ୍ୟକାନ୍ତ ନାଥ, ସତ୍ୟ ସୁନ୍ଦର ଦାସ ପ୍ରମୁଖ ଏହି ସମାବେଶ ରେ ଉପସ୍ଥିତ ରହି ଭାରତ ମାତାର ଜୟ ଗାନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ଅନୁଗୋଳ ପୁରୁଣାଗଡ଼ର ମାନସ ରଞ୍ଜନ ସାହୁ ସହିଦ ହୋଇଥିଲେ।