ମୁଖ୍ୟ ଖବର

ଭିନ୍ନ ଏକ କାରଗିଲ ଯୋଦ୍ଧା ଫାଇଟର ପାଇଲଟ ଦିଲୀପ ପଟ୍ଟନାୟକ

By Biswaranjan Pattnaik

July 13, 2024

ଅନୁଗୁଳ:କାରଗିଲ ଯୁଦ୍ଧରେ ଅନେକ ଓଡ଼ିଆ ସହିଦ ହୋଇଥିଲେ,ଅନେକ ଆହତ ହୋଇଥିଲେ। ମୃତାହତ ନ ହୋଇ ମଧ୍ୟ ଏମିତି ବି ଜଣେ ଲଢ଼ୁଆ ବୀର କାରଗିଲରେ ତାଙ୍କ ପରାକ୍ରମ ଦେଖାଇଥିଲେ। ସେ ହେଲେ ଫାଇଟର ପାଇଲଟ ଦିଲୀପ କୁମାର ପଟ୍ଟନାୟକ। ଜୁନ ୧୬ ତାରିଖ ବଟାଲିକ ସେକ୍ଟରରେ ପାକିସ୍ଥାନୀ ସୈନ୍ୟ ପାହାଡ ଉପରୁ ଥାଇ ମେସିନ ଗନ୍‌ ଓ ମୋର୍ଟାର ମାଡ଼ କରି ଭାରତର ଅନେକ କ୍ଷତି କରୁଥାନ୍ତି। ତେଣୁ ସେନା ନିଷ୍ପତ୍ତି ନେଲା ଏୟାର ଷ୍ଟ୍ରାଇକ ନକଲେ ଗତି ନାହିଁ ।

ଏଇଠି ଡକା ପଡ଼ିଲା ଦିଲୀପଙ୍କୁ ଦିଲୀପ ମୀରାଜ୍ ଓ ମିଗ ବିମାନରେ ଏକାଧିକ ଥର ଉଡାଣ ଭରି ବୋମା ବର୍ଷଣ କରିଥିଲେ ଏବଂ ଶତ୍ରୁ ପକ୍ଷର ଅନେକ କ୍ଷତି କରିଥିଲେ। ଯଦ୍ୱାରା ସେନାକୁ ପାହାଡ ଚଢ଼ିବାକୁ ସହଜ ହୋଇଥିଲା। ସେହିଭଳି ଜୁନ ୨୬ ରୁ ୨୮ ତାରିଖ ଭିତରେ କାରଗିଲରେ ରାତି ଅଧରେ ବିମାନ ରୁ ଲେଜର୍‌ ଗାଇଡେଡ ମିଶାଇଲ ମାଡ଼ କରି ଶତ୍ରୁ ପକ୍ଷର ବଙ୍କର ମାନ ଧ୍ଵଂସ କରି ଦେଇଥିଲେ। ଯାହାଫଳରେ ଆମ ସେନାକୁ ବିଜୟ ପକ୍କା ମିଳିଥିଲା। ଦିଲୀପ ପଟ୍ଟନାୟକଙ୍କ ସାହସ,ତ୍ୟାଗ ଓ ଅସୀମ କର୍ତବ୍ୟନିଷ୍ଠା ପାଇଁ ବାୟୁ ସେନା ମେଡାଲ ଓ ଅତି ବିଶିଷ୍ଟ ସେନା ମେଡାଲ ପ୍ରଦାନ କରାଯାଇଥିଲା।ସେ ପରବର୍ତ୍ତୀ ସମୟରେ ଏୟାର ମାର୍ଶାଲ ରୂପେ ଚାକିରି ରୁ ଅବସର ନେଇଥିଲେ ।