ମୁଖ୍ୟ ଖବର

୩୮୩ ଭୋଟରେ ଜିତି କର୍ଣ୍ଣପାଳ ସରପଞ୍ଚ ହେଲେ ବିଜେପି ପ୍ରାର୍ଥୀ ହୃଷିକେଶ ସାମଲ, ଛୁଟୁଛି ଶୁଭେଚ୍ଛାର ସୁଅ

By Angul TV Bureau

May 04, 2023

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ବିଜେପି ସମର୍ଥିତ ପ୍ରାର୍ଥୀ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି। ହୃଷିକେଶ ୧୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥିତ ପ୍ରାଥୀ ଜଳଧର ସାମଲ ୧୧୬୯ ଖଣ୍ଡ ଭୋଟ ପାଇଛନ୍ତି। ଫଳରେ ହୃଷିକେଶ ୩୮୩ ଭୋଟ ବ୍ୟବଧାନରେ ଜଳଧରଙ୍କୁ ହରାଇଛନ୍ତି। ବିଧିବଦ୍ଧଭାବେ ଫଳ ଘୋଷଣା ହେବା ପରେ ନବ ନିର୍ବାଚିତ ସରପଞ୍ଚ ହୃଷୀକେଶ ସାମଲଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

ବିଜେପି ରାଜ୍ଯ ସମ୍ପାଦକ ତଥା ଜିଲ୍ଲା ବିଜେପି ପ୍ରଭାରୀ ସୀମାଞ୍ଚଳ ଖଟେଇ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଜିଲା ସଭାପତି ଦିଲେଶ୍ଵର ପ୍ରଧାନ, ପବିତ୍ର ନଗର ମଣ୍ଡଳ ସଭାପତି ପ୍ରହ୍ଲାଦ ସାମଲ ଓ ବିଜେପି ନେତା ରମେଶ ପ୍ରଧାନ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।