କ୍ରୀଡ଼ା

୨୬ତମ କସିଡିହ କିଷାନ କପ୍ ୨୦୨୪ ଉଦଯାପିତ: ଫାଇନାଲ ମ୍ୟାଚରେ ଜିତି ଚାମ୍ପିୟନ ହେଲା ଡେରେଙ୍ଗ ଦଳ

By Sanjeeb Biswal

November 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କସିଡିହ ଖେଳ ପଡ଼ିଆରେ ୨୬ତମ କସିଡିହ କିଷାନ କପ୍ ଉଦଯାପିତ ହୋଇଛି। ବାଜି ରାଉତ ବ୍ଲକ ଆନୁକୂଲ୍ୟରେ କିଷାନ କପ ବବୁଲ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କପ୍ ୩ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ବେଳେ ୨୪ଟି ଭଲବଲ ଦଳ ଭାଗ ନେଇଥିଲେ। ଏହି କପରେ ପ୍ରତ୍ୟେକ ଦିନ ୮ଟି ଦଳ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିବସରେ ତାଳଚେର ଟାକୁଆ, ଗୋବରା, ଅନୁଗୁଳର ବାସନ୍ତୀ ଦୁର୍ଗା, ସନ୍ତରାବନ୍ଧ, ବ୍ରହ୍ମଣବିଲ, କରଡାବାହାଳ, କସିଡ଼ିହ ଓ ଛେଣ୍ଡିପଦା ଭଲିବଲ ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା। ଏଥିରେ ଟାକୁଆ ଓ କରଡବହାଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା ସହ ଟାକୁଆ ଦଳ ୨-୦ରେ କରଡ଼ାବାହାଳକୁ ହରାଇ ମ୍ୟାଚ୍ ବିଜୟୀ ହୋଇଥିଲା। ସେହିପରି ଦ୍ଵିତୀୟ ଦିବସରେ କସିଡ଼ିହ, ବରନାଳି, କଂସମୁଣ୍ଡା, ତେଣ୍ଟୁଲୋଇ, ଟି କୋଡାସାହି, ମାଛକୁଟା, କୁକୁରପେଟା ଓ ଆଉଁଳି ମଧ୍ୟରେ ଖେଳ ଆୟୋଜିତ ହୋଇଥିଲା। ଫାଇନାଲରେ କଂସମୁଣ୍ଡା ୨-୦ ସେଟରେ ବରନାଳିକୁ ପରାସ୍ତ କରି ମ୍ୟାଚ୍ ବିଜୟୀ ହୋଇଥିଲା। ତୃତୀୟ ଦିବସରେ କସିଡ଼ିହ, ଟାକୁଆ, କାଠପାଳ, ଡେରେଙ୍ଗ, ଜରଡ଼ା, ପାରିପରା, କରଲଗା ଓ ତେବୁଡ଼ ଭଲିବଲ ଦଳ ସହିତ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚରେ ଡେରେଙ୍ଗ ଦଳ ୨-୦ ସେଟରେ କସିଡ଼ିହକୁ ପରାସ୍ତ କରି ବିଜୟୀ ହୋଇଥିଲେ।

ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଅଗସ୍ତି ବେହେରା, ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ ପ୍ରଧାନ, କୁକୁରପେଟା ସରପଞ୍ଚ ସସ୍ମିତା ସାହୁ, ବ୍ରାହ୍ମବିଲ ସମିତି ସଭ୍ୟା ମିନତୀ ସାହୁ, କସିଡ଼ିହ ଗ୍ରାମ ସଭାପତି ସାଗର ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ପ୍ରଧାନ, କରଡ଼ାବାହାଳ ଗ୍ରାମ ସଭାପତି ରଞ୍ଜନ ପ୍ରଧାନ, ସମ୍ପାଦକ ବନ୍ଧୁ ପ୍ରଧାନ, ଛେଣ୍ଡିପଦା ଗ୍ରାମ ସଭାପତି ଚନ୍ଦ୍ରମଣୀ ପ୍ରଧାନ, ବାଲିନାଳି ଗ୍ରାମ ସଭାପତି ବୈରାଗୀ ସାହୁ ପ୍ରମୁଖ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ଏହି କପରେ ମୁଖ୍ୟବକ୍ତା ଭାବେ ଲଳିତ କୁମାର ପ୍ରଧାନ, କ୍ଲବର ସମ୍ପାଦକ ରଘୁନାଥ ପ୍ରଧାନ, ରମେଶ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ବାଦଲ ପ୍ରଧାନ, ଅନିଲ ସାହୁ, ବିକାଶ ସାହୁ, ସୁମନ୍ତ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।