ମୁଖ୍ୟ ଖବର

କାୟାକଳ୍ପ ଟିମ ଅନୁଗୁଳ ମେଡ଼ିକାଲ ବୁଲି ଦେଖିଲେ

By Angul TV Bureau

January 06, 2025

ଅନୁଗୁଳ: ରାଜ୍ୟ କାୟାକଳ୍ପ ଟିମର ଏକ ଦଳ ଆଜି ଅନୁଗୁଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ। ସେମାନେ ସ୍ତ୍ରୀ ଓ ପ୍ରସୂତି ୱାର୍ଡ, ଆଶୁ ଚିକତ୍ସା କେନ୍ଦ୍ର, ଅପରେସନ ଥିଏଟର, ନବ ନିର୍ମିତ ମେଡିକାଲ କୋଠା, ଟ୍ରମା କେୟାର, ନିରାମୟ ଔଷଧ ବିତରଣ କେନ୍ଦ୍ର ଆଦି ବୁଲି ଦେଖିଥିଲେ। ରୋଗୀଙ୍କୁ ଚିକିତ୍ସା ସେବା, ପରିମଳ ବ୍ୟବସ୍ଥା ମଧ୍ୟ କାୟାକଳ୍ପ ଟିମ ଦେଖିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ମାନେ କାୟାକଳ୍ପ ଟିମର ଅଧିକାରୀ ଡା ମୁରଲୀଧର ପାଢ଼ୀ,ସୁକାନ୍ତ ମିଶ୍ର,ବିଜୟ କୁମାର ପଣ୍ଡାଙ୍କ ସହ ମିଶି ମେଡିକାଲ ପରିଦର୍ଶନରେ ସହଯୋଗ ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଚିକିତ୍ସା ସେବା ଯୋଗାଇବାରେ ଅନୁଗୁଳ ମେଡିକାଲର ଅବହେଳା ଓ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି।