ମୁଖ୍ୟ ଖବର

ସ୍ୱଚ୍ଛତା ଓ ପରିମଳକୁ ଗୁରୁତ୍ୱ: କିଶୋରନଗର ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍

By Biswaranjan Pattnaik

January 22, 2025

ଅନୁଗୁଳ: ରାଜ୍ୟସ୍ତରୀୟ କାୟାକଳ୍ପ ଟିମ୍ ସୋମବାର ଅନୁଗୁଳ ଜିଲ୍ଲା କିଶୋର ନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପହଞ୍ଚି ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି। ଏହି ରାଜ୍ୟସ୍ତରୀୟ ଟିମରେ ଡଃ ମୂରଲୀଧର ପାଢ଼ୀ, ସୁକାନ୍ତ କୁମାର ମିଶ୍ର, ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାୟାକଳ୍ପ ଟିମ୍ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ବଚ୍ଛତା, ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ତଥା ସଂକ୍ରମଣ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ। ଏହା ସହ ରୋଗୀ ଚିକିତ୍ସା, ଔଷଧ ବିତରଣ କକ୍ଷ, ଶୌଚାଳୟ, ରକ୍ତ ପରୀକ୍ଷା କେନ୍ଦ୍ର, ଔଷଧୀୟ ଉଦ୍ୟାନ ଇତ୍ୟାଦି ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କିଶୋର ନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡଃ ଯତୀନ୍ଦ୍ର ପ୍ରସାଦ ହୋତା, ଡଃ ସୁରଜ୍ କୁମାର ରାଉତ, ଡଃ ଅଙ୍କିତା ସାହୁ, ଡଃ ନିର୍ଲିପ୍ତା ରାଉତ, ଡଃ ଅଭିଲିପ୍ସା ଦାସ, ଅଜିତ କୁମାର ସାହୁ, ପ୍ରମୋଦ କୁମାର ସିଂହ, ଅଜିତ କୁମାର ପ୍ରଧାନ, ଭିବିଡିଟିଏସ ଅନିଲ କୁମାର ସାମଲ, ଏସଟିଏସ ଅନ୍ତର୍ଯ୍ୟାମୀ ସାହୁ, ସୁପରଭାଇଜର ଦିବ୍ୟ ରଞ୍ଜନ, ନିର୍ମଳ ସୁପରଭାଇଜ, ଲକ୍ଷ୍ମୀକାନ୍ତ ଘିୱାଲ, ଏଲଟିଲିଓନ କୁମାର ସାହୁ, ବେଣୁଧର ଶତପଥୀ, ଫାର୍ମାସିଷ୍ଟ ଶୁଭଶ୍ରୀ ପ୍ରଧାନ, ବିଭୂତି ଭୂଷଣ ଦେହୁରୀ, ସରୋଜ କୁମାର ସାହୁ, ଭାଗ୍ୟ ରଞ୍ଜନ ସାମଲ, ପିଏଚଇଓ ରୁଦ୍ର ନାରାୟଣ ରଥ, ମନୋରଞ୍ଜନ ସାହୁ, ବାହାମାଲିନ ହାସଦା, ବର୍ଷାରାଣୀ ନାୟକ, ସ୍ୱାଗତିକା ସାହୁ, ପଦ୍ମିନୀ ସ୍ୱାଇଁ ଏବଂ କିଶୋର ନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।