ମୁଖ୍ୟ ଖବର

ପ୍ରଭୁ ଶ୍ରୀ ହନୁମାନ ଓ ଆମ୍ବେଦକର ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

By Biswaranjan Pattnaik

April 14, 2022

ଅନୁଗୁଳ: କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅପରାହ୍ନରେ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହାପରେ ସେ ରାଣୀଗୋଡ଼ା ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରଭୁ ଶ୍ରୀ ହନୁମାନ ଓ ସମ୍ବିଧାନର ଜନକ ବି.ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହାପରେ ଶ୍ରୀ ପ୍ରଧାନ ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୟୀ ସରପଞ୍ଚ,ସମିତିସଭ୍ୟ,କାଉନସିଲର ଆଦିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଂକୀର୍ଣ୍ଣ ରାଜନୀତିର କଳୁଷତା ଓ ହିଂସା ଆଚରଣକୁ ନିନ୍ଦା କରିବା ସହ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ପ୍ରତି ସମସ୍ତଙ୍କ ସମ୍ମାନ ରହିବା ଉଚିତ୍ ବୋଲି କହିଥିଲେ। ସଭାରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସଂଗଠନର କର୍ମକର୍ତ୍ତା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସଭାରେ ଜିଲ୍ଲା ସଭାପତି ଦିଲେଶ୍ଵର୍ ପ୍ରଧାନ, କାଳନ୍ଦି ସାମଲ,ଅଗସ୍ତି ବେହେରା,ଅଶୋକ ମହାନ୍ତି,ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଯୁବନେତା ସୁଦୀପ ଗଡ଼ନାୟକ ପ୍ରମୁଖ ଯୋଗଦାନ କରିଥିଲେ।