ମୁଖ୍ୟ ଖବର

ତିନି ମାସ ପାଇଁ ଜୀବିକା ଦେଇଛି “କେନ୍ଦୁ “

By Biswaranjan Pattnaik

April 10, 2025

ଅନୁଗୁଳ: ଏବେ ଅନୁଗୁଳର ବିଭିନ୍ନ ହାଟ ବଜାରରେ ପାଚିଲା କେନ୍ଦୁ ଦେଖିବାକୁ ମିଲୁଛି। ସହରବାସି ମଧ୍ୟ ଆଗ୍ରହର ସହ ଏହି କେନ୍ଦୁ କିଣୁଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଏପ୍ରିଲରୁ ଜୁନ ମାସ ଯାଏ ବଜାରରେ କେନ୍ଦୁ ମିଳିଥାଏ।

କେନ୍ଦୁ ଏଭଳି ଏକ ଜଙ୍ଗଲୀ ଫଳ ଯେଉଁଥିରେ ସୁଗାର, ପ୍ରୋଟିନ, ଫାଇବର ଏବଂ ଭିଟାମିନ ‘ସି’ ପ୍ରଚୁର ପରିମାଣରେ ଥାଏ। ଏହି ତିନି ମାସ ପାଇଁ କେନ୍ଦୁ ଜଙ୍ଗଲରେ ରହୁଥିବା ଲୋକଙ୍କ ପାଇଁ ଏକ ଜୀବିକା ପାଲଟି ଯାଇଥାଏ। ଅନୁଗୁଳ ଜିଲ୍ଲାର ପୁରୁଣାଗଡ଼, ମାଣିକଯୋଡି, ଅନ୍ତୁଳିଆ, ଟାଇଁଶୀ, ଜଗନ୍ନାଥପୁର,ପୁରୁଣାକୋଟ ଆଠମଲ୍ଲିକ ବ୍ଲକ ର ସାନହୁଲା, ଟାପଢ଼ୋଲ, ପେଡ଼ିପଥର, ଠାକୁରଗଡ଼ ଏବଂ କଣିହାଁ, ରେଙ୍ଗାଲି ଅଞ୍ଚଳର ଆଦିବାସୀ ଲୋକମାନେ କେନ୍ଦୁ ସଂଗ୍ରହ କରି ବେପାରୀ ମାନଙ୍କ ଜରିଆରେ ଅନଗୁଳ ତଥା ଆଖପାଖ ସହରାଞ୍ଚଳକୁ ପଠାଇଥାନ୍ତି। ଚଳିତବର୍ଷ କେନ୍ଦୁ ଭଲ ହୋଇଥିବା ସତ୍ୱେ ଚାହିଦା ଅଧିକ ଯୋଗୁଁ ଭଲ ଦରରେ ବିକ୍ରି ହେଉଛି। ବର୍ତମାନ ବଜାରରେ ଅଙ୍ଗୁର କିଲୋ ଶହେ ଟଙ୍କାରେ ମିଳୁଥିବାବେଳେ କେନ୍ଦୁ କିଲୋ ୬୦ ଟଙ୍କାରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଯାହା ହେଉ ଜିଲ୍ଲାର ଆଦିବାସୀ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦୁ ବିକିବା ତିନିମାସିଆ ଜୀବିକା ରେ ପରିଣତ ହୋଇଛି।