ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ୩ ନମ୍ବର ଜୋନ ଖଲାରୀ ମଣ୍ଡଳ ବିଜେପିର ସଦସ୍ୟତା ଅଭିଯାନ ୨୦୨୪ର କର୍ମଶାଳା ଖମାର ଛକରେ ଅନୁଷ୍ଠିତ ହୋଇଛି।
ଏ ଅବସରରେ ସଦସ୍ୟମାନେ ଆଗାମୀ ଦିନରେ ଖଲାରୀ ମଣ୍ଡଳରେ ଘରକୁ ଘର ବୁଲି ବିଜେପିର ସଦସ୍ୟତା ବୃଦ୍ଧି ପାଇଁ ଶପଥ ନେଇଥିଲେ। କାର୍ଯ୍ୟକ୍ରମରେ ଅଭିଯାନର ପ୍ରଭାରୀ ଚନ୍ଦ୍ରକାନ୍ତ ଧଳ, ୩ନଂ ଜୋନ ସଭାପତି ପ୍ରିୟବ୍ରତ ପାଗଳ, କାର୍ଯ୍ୟକାରୀ ସଭାପତି କନ୍ଦର୍ପ ମହାରଣା, ସଦସ୍ୟ ଦୁଃଖବନ୍ଧୁ ସାହୁଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ପଞ୍ଚାୟତ ସଭାପତି, ପ୍ରଭାରୀ, ସହ ପ୍ରଭାରୀ ଓ କର୍ମୀ ଉପସ୍ଥିତ ଥିଲେ।