ମୁଖ୍ୟ ଖବର

ଅନୁଗୁଳ ଶଙ୍କରସିନେମା ରୋଡ଼ରେ ଖୋଲିଲା “ଖିମଜୀ” ଜୁଏଲର୍ସ

By Angul TV Bureau

August 31, 2025

ଅନୁଗୁଳ: ରବିବାର ଅନୁଗୁଳ ଶଙ୍କର ସିନେମା ରୋଡ଼ ଠାରେ  “ଖିମଜୀ” ଜୁଏଲର୍ସର ଶୁଭ ଉଦଘାଟନ ହୋଇଯାଇଛି। ଏଥି ଅବସରରେ  ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଉଦଘାଟନ କରିଥିଲେ। ଓଡ଼ିଶାରେ ୧୦ଟି ସ୍ଥାନରେ “ଖିମଜୀ” ନିଜର ଜୁଏଲର୍ସ ଖୋଲିଥିବା ବେଳେ ରବିବାର ଅନୁଗୁଳରେ ମଧ୍ୟ ଏହାର ଶାଖା ଖୋଲିଛି। ସହର ମଧ୍ୟରେ ସର୍ବ ବୃହତମ ଗହଣା ଦୋକାନ ଭାବେ ଖିମଜୀ ଏହାକୁ ଉଦଘାଟନ କରିଥିବା ପ୍ରକାଶ କରିଛି। ପ୍ରଥମ ଦିନରେ ସୁନା ଗହଣା ଗଢ଼ା ମଜୁରୀ ଉପରେ ୫୦ ପ୍ରତିଶତ ଫ୍ଲାଟ ରିହାତି। ହୀରା ଗହଣା ଗଢ଼ା ମଜୁରୀ ଉପରେ ୯୦ ପ୍ରତିଶତ ରିହାତି ରହିଛି।