ଅନୁଗୁଳ: ନାଲକୋ ଠାରେ ଦେବ ଶିଳ୍ପୀ ବାବା ବିଶ୍ଵକର୍ମାଙ୍କ ପୂଜା ଅବସରରେ ଗତ ରବିବାର ମଧ୍ୟାହ୍ନରେ “କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ଓଡ଼ିଶା” ଦ୍ୱାରା “ସେବା ପାଇଁ ସଂକଳ୍ପ” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଗୁଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସହଯୋଗରେ ପ୍ରାୟ ୧୦,୦୦୦ରୁ ଅଧିକ ଭକ୍ତଙ୍କୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଏହାସହ “ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ” ପଦକ୍ଷେପ ମାଧ୍ୟମରେ ଲୋକମାନେ ଅବ୍ୟବହୃତ ବସ୍ତ୍ର, ଜୋତା, ଖେଳନା ଓ ବହି ଆଦି ଦାନ କରିଥିଲେ, ଯାହା ଆବଶ୍ୟକତା ଅନୁସାରେ ଅନ୍ୟମାନେ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାସଂଘର ପ୍ରତିଷ୍ଠାତା ନିରଞ୍ଜନ ରଣସିଂହ, ରାଜ୍ୟ ସଭାପତି ଦିଲ୍ଲୀପ ପତିଆର ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ଓ ସମାଜସେବୀ ମାନେ ଯୋଗ ଦେଇଥିଲେ। ରାତି ୧୦ ଟା ପରେ ସେବା କାର୍ଯ୍ୟ ସମାପ୍ତ ହୋଇଥିଲା। ସଭାପତି ଦିଲ୍ଲୀପ ପତିଆର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ଶିବାଶିସ ରାଉତଙ୍କ ବାସଭବନରେ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।