ଘଟଣା ଓ ଦୁର୍ଘଟଣା

ଅପହୃତ ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

By Sanjeeb Biswal

July 30, 2021

ଅନୁଗୁଳ: ସମଲ ଥାନା ଅଞ୍ଚଳରୁ ଅପହୃତ ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି | ସମଲ ଥାନା ଅଞ୍ଚଳର ଜଣେ ସପ୍ତମଶ୍ରେଣୀ ଛାତ୍ରୀଙ୍କୁ ବିବାହ ଲୋଭ ଦେଖାଇ ଅପହରଣ କରାଯାଇଥିଲା । ନାବାଳିକାଙ୍କ ବାପା ଗତ ୨୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସମଲ ପୁଲିସ ବୁଧବାର ରାତିରେ କେନ୍ଦୁଝର ଜିଲ୍ଲା ଶୁଆକାଟି ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ହେଉଛନ୍ତି ଖମାର ଥାନା ନୂଆପଡ଼ା ଗାଁର ଧୀରେନ ପ୍ରଧାନ (୨୨)। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।