ମୁଖ୍ୟ ଖବର

ଉଦ୍ଧାର ହେଲା ଅପହୃତ ନାବାଳକ, ଅପହରଣକାରୀ ଗିରଫ

By Angul TV Bureau

December 13, 2022

ଅନୁଗୁଳ: ନାବାଳକଙ୍କୁ ଅପହରଣ କରିବା ମାମଲାରେ ଆଜି ଅନୁଗୁଳ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏଥିସହ ଅପହୃତ ନାବାଳକଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁସାରେ, ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ାର ବେଣୁଧର ସାହୁଙ୍କ ପୁଅ ଅଭିଜିତ୍ ସାହୁ ସୋମବାର ଅପରାହ୍ନରେ ବାହାରକୁ ଆସି ଆଉ ଫେରି ନ ଥିଲେ। ପରେ ରାତିରେ ବେଣୁଧରଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଟଙ୍କା ଦେଲେ ପୁଅ ଅଭିଜିତକୁ ଛାଡ଼ିବେ ବୋଲି କହି ଯୁବକ ଫୋନ୍ କାଟି ଦେଇଥିଲେ।

ଏନେଇ ବେଣୁଧର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୬୬୧/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତଦନ୍ତ ବେଳେ ଅଭିଜିତକୁ ନତଡ଼ାର ରତନ ନାଏକ ଅପହରଣ କରି ନିଜ ଘରେ ରଖିଥିବା ଜଣାପଡ଼ିଥିଲା। ପରେ ପୋଲିସ ତାଙ୍କୁ ଗିରଫ କରିବା ସହ ଅଭିଜିତଙ୍କୁ ଉଦ୍ଧାର କରିଛି। ତେବେ ଏହି ଅପହରଣ ପଛର କାରଣ କଣ ତାହାକୁ ଖୋଜୁଛି ପୋଲିସ।