ଘଟଣା ଓ ଦୁର୍ଘଟଣା

ହିଡିସିଂରୁ ବିଶାଳ ଅହିରାଜ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ

By Angul TV Bureau

April 08, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖିଣ୍ଡା ସେକ୍ସନର ଫରେଷ୍ଟର ହିଡିସିଂ ଗ୍ରାମର ଏକ ଘର ଭିତରୁ ବିଶାଳକାୟ ଅହିରାଜ ଉଦ୍ଧାର ହୋଇଛି।

ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ଖିଣ୍ଡା ସେକ୍ସନର ଫରେଷ୍ଟର ହିଡିସିଂ ଗ୍ରାମର ଏକ ଘର ଭିତରେ ଅହିରାଜ ସାପ ପଶିଥିଲା। ଏନେଇ ପରିବାର ଲୋକ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ବନ ବିଭାଗ ଦଳ ଜଣେ ତାଲିମପ୍ରାପ୍ତ ସାପ ଉଦ୍ଧାରକାରୀଙ୍କୁ ନେଇ ଆସି ଅହିରାଜ ସାପକୁ ସଫଳତାର ସହ କାବୁ କରିଥିଲେ। ରେଞ୍ଜ କର୍ମଚାରୀ ସତର୍କତାର ସହ ସାପକୁ ତା’ର ପ୍ରାକୃତିକ ଆବାସସ୍ଥଳରେ ଛାଡ଼ିଛନ୍ତି। ଦିଆଯାଇଥିଲା। ଏହି ଉଦ୍ଧାରକାରୀ ଦଳରେ ଫରେଷ୍ଟର ଶ୍ରୀନିବାସ ସାହୁ ଓ ତାଙ୍କ ସହଯୋଗୀ ସାହାଯ୍ୟ କରିଥିଲେ।