ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ହିଡିସିଂ ଗାଁରୁ ମଙ୍ଗଳବାର ଏକ ବିଶାଳକାୟ ୧୨ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି। ହିଡିସିଂ ଗାଁର ଗନ୍ଧର୍ବ ଦେହୁରୀଙ୍କ ପାଇଖାନା ଘରେ ଏକ ଅହିରାଜ ସାପ ପଶି ଯାଇଥିବା ସେ ଦେଖିବାକୁ ପାଇଥିଲେ। ସାପଟିକୁ ଦେଖି ସେ ଭୟବିତ ହେବା ସହ ସର୍ପମିତ୍ର ଅଦିତ୍ୟ ବେହେରା ଓ ଶିବାନି ଶଙ୍କର ଦେହୁରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଆଦିତ୍ୟ ଏବଂ ତାଙ୍କ ସାଥି ତାଙ୍କ ଘରେ ପହଞ୍ଚିବା ସହ ସାପଟିକୁ କୌଶଳ କ୍ରମେ ଉଦ୍ଧାର କରିଥିଲେ। ବନ୍ତଳା ବନାଞ୍ଚଳ ଅଧିକାରୀ ପ୍ରସନ୍ନ ସାହୁଙ୍କ ଉପସ୍ଥିତିରେ ନିକଟସ୍ଥ ପ୍ରାକୃତିକ ଆବସସ୍ଥଳରେ ଛାଡି ଦିଆଯାଇଥିଲା।