ମୁଖ୍ୟ ଖବର

ଡକାୟତ ଦଳର କିଙ୍ଗପିନ ଦୁଷ୍ମନ୍ତ ଗିରଫ: ଗଡୁଛି ୧୪ ମାମଲା,୨ ୱାରେଣ୍ଟ

By Biswaranjan Pattnaik

April 08, 2025

ଅନୁଗୁଳ: ଗତ ମାସ ୧୦ ତାରିଖ ରାତିରେ ଟେଣ୍ଟଲୋଇ ଅଞ୍ଚଳର କିଛି ଦୁର୍ବୁତ୍ତ ନାଲକୋ ରେଲୱେ କ୍ରସିଂ ପାଖ ପଡିଆରେ ଏକାଠି ହୋଇ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ବଅଁରପାଳ ପୋଲିସକୁ ଏ ନେଇ ଗୁପ୍ତ ସୂଚନା ମିଳିଥିଲା। ଡକାୟତ ଦଳ ତାଳଚେର ଏଫସିଆଇ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିଲେ। ପୋଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଡକାୟତଙ୍କୁ ଘେରାବନ୍ଦୀ କରି ନେଇଥିଲା।

ଉକ୍ତ ଦିନ ଡକାୟତ ସୁବ୍ରତ, ପ୍ରିତମ, ଭିକି ଓ ନହିୟା ଧରା ପଡି ଥିବା ବେଳେ ଦୁଷ୍ମନ୍ତ ନାଏକ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଇଥିଲା। ଶେଷରେ ପୋଲିସ ବିଭିନ୍ନ ଯାଗାରେ ଚଢ଼ାଉ କରି ଆଜି ଦୁଷ୍ମନ୍ତ କୁ ଗିରଫ କରିଛି। ଦୁଷ୍ମନ୍ତ ନାଁରେ ପୂର୍ବରୁ ୧୪ ଟି ମାମଲା ଗଡୁଥିବା ବେଳେ ଦୁଇଟି ଜାମିନ ବିହୀନ ୱାରେଣ୍ଟ ରହିଛି।