oplus_2097152

ଅନ୍ୟାନ୍ୟ

ଅନୁଗୋଳରେ ଖୋଲିଲା କିଷ୍ଣା ଅଳଙ୍କାର ସୋ ରୁମ୍

By Angul TV Bureau

October 25, 2026

ଅନୁଗୋଳ::ଅନୁଗୋଳ ଶଙ୍କର ସିନେମା ରୋଡ ରେ କିଷ୍ନା ସୁନା ଓ ହୀରା ଅଳଙ୍କାରର ସୋ ରୁମ୍ ଉଦଘାଟିତ ହୋଇଯାଇଛି। ହରିକୃଷ୍ଣ ଗ୍ରୁପ୍‌ର ପ୍ରତିଷ୍ଠାତା ଘନଶ୍ୟାମ ଢୋଲକିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସୋ ରୁମ୍‌କୁ ଉଦଘାଟନ କରିଥିଲେ ।

ଏ ଅବସରରେ କମ୍ପାନୀ ପକ୍ଷରୁ ଚିତ୍ତାକର୍ଷକ ଅଫର  ଘୋଷଣା କରାଯାଇଛି। ସୁନା ଓ ହୀରା ଅଳଙ୍କାର ଗଢ଼ା ମଜୁରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ୨୫ ପ୍ରତିଶତ ଡାଉନ୍ ପେମେଣ୍ଟ ସହିତ ଡବଲ ଗୋଲ୍ଡ ରେଟ୍ ପ୍ରୋଟେକସନ୍ ପାଇ ପାରିବେ।

ସେହିଭଳି ଅଳଙ୍କାର କିଣିଲେ ଲକି ଡ୍ର ମାଧ୍ୟମରେ କାର ଓ ସ୍କୁଟର ଜିତିବାର ସୁଯୋଗ ପାଇ ପାରିବେ। ଶ୍ରୀ ଢୋଲକିଆ କହିଥିଲେ କି ହର ଘର କିଷ୍ଣା ଅଭିଯାନ ମାଧ୍ୟମରେ ପାର୍ବଣ ଋତୁକୁ ଆନନ୍ଦମୟ କରିବା ପାଇଁ ଅନେକ ସୁଯୋଗ ଆଣିଛି କିଷ୍ଣା ଅଳଙ୍କାର ସୋ ରୁମ୍।

ଏହାର ଶୁଦ୍ଧତା ଓ ସୂକ୍ଷ୍ମ କାରୁକାର୍ଯ୍ୟ ଗ୍ରାହକ ମାନଙ୍କ ପ୍ରଥମ ପସନ୍ଦ ହେବ ବୋଲି କମ୍ପାନୀ ପକ୍ଷରୁ କୁହା ଯାଇଚି। କିଷ୍ଣା ସୋ ରୁମ୍‌ରେ ଫ୍ଲାଗସିପ ହୀରା ସହିତ ସୁନା ଅଳଙ୍କାର ଯଥା ରିଙ୍ଗ, କାନଫୁଲ, ପେଣ୍ଡାଣ୍ଟ, ମଙ୍ଗଳସୂତ୍ର, ହାର,ଚୁଡ଼ି, ନୋଜ୍ ପିନ ଆଦି ଆକର୍ଷଣୀୟ ଦରରେ ପାଇ ପାରିବେ।

ଉଦଘଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଆଉଟ୍ଲେଟ୍ ପାର୍ଟନର୍ସ ବିକାଶ ଗୋୟଲ, ରୋଶନ ଲାଲ ଅଗ୍ରୱାଲ, ଜୟପ୍ରକାଶ ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ।