ଅନ୍ୟାନ୍ୟ

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବି କଲେ କିଶୋର କ୍ଲବର କର୍ମକର୍ତ୍ତା

By Angul TV Bureau

August 11, 2023

ତାଳଚେର : ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ତାଳଚେର କିଶୋର କ୍ଲବର କର୍ମକର୍ତ୍ତା।

ଏ ଅବସରରେ ସେମାନେ ପୁରୁଣା ଯୁବରାଜ ହାଇସ୍କୁଲ ପାଖରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଆଲୋଚନା କରିଛନ୍ତି। କ୍ଲବର ସମ୍ପାଦକ ଦୀପକ କୁମାର ଥମ୍ବ, ଉପସଭାପତି ଦୟାସାଗର ମିଶ୍ର, ବରିଷ୍ଠ ଶ୍ରମିକ ନେତା ଆନନ୍ଦ ଆଚାର୍ଯ୍ୟ ଓ ଅକ୍ଷୟ ଦାସ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କିଶୋର କ୍ଲବଠାରେ ଆଗାମୀ ଦଶହରା କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ତଥା କ୍ଲବ ପରିସରରେ ଓଏନଜିସି ପକ୍ଷରୁ ୧କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ହଲକୁ ଉଦ୍ଘାଟନ କରିବାକୁ ନିମନ୍ତ୍ରଣ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ସମ୍ମତି ପ୍ରଦାନ କରିଥିବା କ୍ଲବ ସମ୍ପାଦକ ସୂଚନା ଦେଇଛନ୍ତି।