ମୁଖ୍ୟ ଖବର

ବଡ଼ଭାଇଙ୍କୁ ହତ୍ୟା ଅଭିଯୋଗରେ ସାନଭାଇ ଗିରଫ

By Angul TV Bureau

September 30, 2025

କିଶୋରନଗର: ଅନୁଗୁଳ ଜିଲ୍ଲା  କିଶୋରନଗର ଥାନା ଅନ୍ତର୍ଗତ ଜଏରାଟ ପଞ୍ଚାୟତର ବ୍ରାହ୍ମଣୀପାଲ୍ଲୀ ଭାରଦର ସାହିର ହଜାରୀ ପ୍ରଧାନ (୪୦) ଜମି ବାଡ଼ି ଭାଗବଣ୍ଟା ଓ ବିବାହ ନେଇ ବଡ଼ଭାଇ କସୀ ପ୍ରଧାନଙ୍କ ସହ ବଚସା ପରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଫେରାର ହୋଇଥିବା ଅଭିଯୁକ୍ତ ସାନଭାଇ ହଜାରୀଙ୍କୁ ପୋଲିସ ଜଙ୍ଗଲରୁ ଗିରଫ କରିଛି।