ମୁଖ୍ୟ ଖବର

କିଶୋରନଗର ବ୍ଲକରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମୀକ୍ଷା, ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ

By Angul TV Bureau

May 18, 2025

ଅନୁଗୁଳ: ଶନିବାର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସଭାଘରଠାରେ ବିଭାଗୀୟ ସମୀକ୍ଷା ବୈଠକ ପଞ୍ଚାୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ବୈଠକରେ ମନ୍ତ୍ରୀ ବ୍ଲକର ବିଭିନ୍ନ ଅଧିକାରୀଙ୍କୁ ବ୍ଲକର ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଏଥି ସହ ବ୍ଲକର ସମସ୍ତ ଉନ୍ନୟନ କାର୍ଯ୍ୟରେ ଯେମିତି ବାଧା ନ ଉପୁଜେ ସେଥିପ୍ରତି ବିଡିଓ ଓ ଯନ୍ତ୍ରୀମାନେ ବିଶେଷ ଧ୍ୟାନ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଜିଲ୍ଲା ପରିଷଦ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା, ବିଡିଓ ସୁବ୍ରତ ବେହେରା, ତହସିଲଦାର ବିକ୍ରମ ନାୟକ, ଆରଡବ୍ଲ୍ୟୁଏସ ମୁଖ୍ୟ ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ସୌରଭ ଦୀକ୍ଷିତଙ୍କ ସମେତ ସମସ୍ତ ବିଭାଗର ଉପସ୍ଥିତ ଥିଲେ।