ଅନୁଗୁଳ: ଦିନିକିଆ କ୍ରିକେଟ୍ ଇତିହାସରେ ୨୮୭ଟି ଇନିଂସରେ ରବିବାରଦ୍ରୁତତମ ୧୪ ହଜାର ରନ କରିବାର ରେକର୍ଡ କରିଛନ୍ତି ଭାରତର ପୂର୍ବତନ କ୍ୟାପଟେନ ବିରାଟ କୋହଲି। ପୂର୍ବରୁ ସେ ଦ୍ରୁତତମ ୮ ହଜାର , ୯ ହଜାର, ୧୦ ହଜାର, ୧୧ ହଜାର, ୧୨ ହଜାର ଓ ୧୩ ହଜାର ରନ କରିବାର ରେକର୍ଡ କରିସାରିଛନ୍ତି। କୋହଲି ଏହି ମାଇଲଷ୍ଟୋନ୍ ପାଇବାକୁ ଯଥାକ୍ରମେ ୧୭୫, ୧୯୪, ୨୦୫, ୨୨୨, ୨୪୨ ଓ ୨୬୭ଟି ମ୍ୟାଚ ଖେଳିଥିବା ଜଣାପଡ଼ିଛି। ସୂଚନା ଯେ, ଆଜି ଦୁବାଇରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିର ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକ ହାସଲ କରି ଟିମ୍କୁ ଜିତାଇଛନ୍ତି ବିରାଟ କୋହଲି।