ଭୁବନେଶ୍ୱର: ଦ୍ୱିତୀୟ ସେମିଫାଇନାଲରେ ଆଜି ଇଂଲଣ୍ଡ ଓ ଭାରତ ମଧ୍ୟରେ ଭେଟ। ଏହି ମ୍ୟାଚ୍ଟି ଭାରତ ପାଇଁ ଅତ୍ୟନ୍ତ ଗୁୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ। ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ପରେ କୋହଲିଙ୍କ ଉପରେ ନଜର ରହିବା ସ୍ଵାଭାବିକ। କିନ୍ତୁ ଅସଲରେ ଆଡିଲେଡ ଗ୍ରାଉଣ୍ଡ କୋହଲିଙ୍କ ପାଇଁ ସର୍ବଦା ଶୁଭଙ୍କର ସାବ୍ୟସ୍ତ ହୋଇଛି। ସେ ଏଠାରେ (ସବୁ ଫର୍ମାଟ୍)୧୦ଟି ମ୍ୟାଚ୍ ଖେଳି ୭୫.୫୮ ହାରରେ ୯୦୭ ରନ୍ ସଂଗ୍ରହ କରିସାରିଛନ୍ତି। ଏଥିରେ ୫ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଅଷ୍ଟ୍ରେଲିଆରେ କୋହଲିଙ୍କ ବ୍ୟାଟ୍ରୁ ରନ୍ର ବର୍ଷା ଦେଖିବାକୁ ମିଳିଛି । ଏଠାରେ କୋହଲି ୧୫ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳି ୭୭.୪ ହାରରେ ମୋଟ୍ ୬୯୭ ରନ୍ ସଂଗ୍ରହ କରିଛନ୍ତି । ଆଡିଲେଡ୍ରେ ୨ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳି ସେ ୨ଟି ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ କୋହଲି କେବଳ ଟି-ଟେଣ୍ଟି କ୍ରିକେଟ୍ରେ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ସେ ୧୯ଟି ଟି-ଟେଣ୍ଟି ମ୍ୟାଚ୍ରୁ ୩୯.୩ ହାରରେ ମୋଟ୍ ୫୮୯ ରନ୍ ସଂଗ୍ରହ କରିଛନ୍ତି।