ଅନ୍ୟାନ୍ୟ

ଧନୀ ଖାଇବେ ଧନିଆଁ!

By Biswaranjan Pattnaik

October 16, 2021

ଅନୁଗୁଳ: ଧନିଆଁପତ୍ର ଦର ଆକାଶଛୁଆଁ। ଗତ ଶୁକ୍ରବାର ଅନୁଗୁଳ ଡେଲି ମାର୍କେଟରେ ଧନିଆପତ୍ର କିଲୋ ୧୦୦୦ ଟଙ୍କା ଥିଲା। ଆଜି ଶନିବାର ଏହା କିଲୋ ୫୦୦ ଟଙ୍କାକୁ ଖସି ଆସିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ସମସ୍ତେ ଜାଣନ୍ତି ଧନିଆପତ୍ର ଆଣ୍ଟି ଅକ୍ସୀଡ଼ାଣ୍ଟ , ଇଂମୁନିଟି ବୁଷ୍ଟର ଭାବେ କାମ କରେ।୨୫ ଡ଼ିଗ୍ରୀ ରୁ ୩୦ ଡିଗ୍ରୀ ତାପମାନରେ ଏହା ଭଲ ଅମଳ ଦେଇଥାଏ। ଚଳିତ ବର୍ଷ ଅନୁଗୁଳ ଜିଲ୍ଲାରେ ତାପମାନ ଏବଂ ଆର୍ଦ୍ରତା ଉଭୟ ଅଧିକ ରହିବାରୁ ଧନିଆଁ ଯାହା ଚାଷ ହୋଇଥିଲା ତାହା ନଷ୍ଟ ହୋଇଗଲା।ତେଣୁ ଅପେକ୍ଷାକୃତ ଶୀତଳ ଜାଗା କୋରାପୁଟରୁ ଏବେ ଧନିଆଁ ଅନୁଗୁଳକୁ ଆସୁଛି।ଏଥିରେ ଗାଡ଼ିଭଡା ଅଧିକା ଲାଗୁଥିବାରୁ ଧନିଆ ଦାମ ଏଭଳି ବୃଦ୍ଧି ଘଟିଛି।