ମୁଖ୍ୟ ଖବର

କୋଶଳାର ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଯାତ୍ରା ଆରମ୍ଭ, ଦିଆଣୀଙ୍କ ଦେହରେ ଆବିର୍ଭୂତ ହେଲେ ଠାକୁରାଣୀ

By Angul TV Bureau

August 21, 2024

ଅନୁଗୁଳ: ଅନୁଗୁଳ କୋଶଳା ସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି। ପ୍ରାତଃ ସମୟରୁ ଯଥାବିଧି ପୂଜାର୍ଚ୍ଚନା ପରେ ଦିନ ୨ଟାରେ ଢୋଲ, ନିଶାଣ, ଘଣ୍ଟଘଣ୍ଟି, ଛତି, ତରାସ ସହ ଏକ ବିରାଟ ପଟୁଆରରେ ମା’ ଆଗମନ କରିଥିଲେ।

ପ୍ରଥମେ ଛାଟ ଖୁମ୍ବ ଓ ଖୁମ୍ବେଶ୍ଵରୀଙ୍କ ପୂଜା ପରେ ଦିଆଣୀ ଦେହରେ ଠାକୁରାଣୀ ଆବିର୍ଭାବ ହୋଇଥିଲେ। ବେଢା ଭିତରେ ଅଧିଆ ପଡିଥିବା ଭକ୍ତଙ୍କୁ ଉଠାଇ ଦିଆଣୀ ପ୍ରସାଦ ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ମାନସିକଧାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର ବେଢା ଭିତରେ ଅଧିଆ ପଡ଼ିଥିଲେ। ୪ଟାରେ ମନ୍ଦିରର ମୁଖ୍ୟ ପୂଜକ ପଟାୟତ ଦେହୁରୀ ପୂଜା ଶେଷ କରି ମାନସିକଧାରୀଙ୍କୁ ଭୋଗ ଦେବା ପରେ ସେମାନେ ଉଠିଥିଲେ। ଏ ଅବସରରେ ପୀଠ ସ୍ଥଳରେ ମୁଣ୍ଡନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଆଜିଠୁ ୪ ଦିନ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି।