ପ୍ରତିଭା ଓ ବ୍ୟକ୍ତିତ୍ୱ

କୃଷ୍ଣା ମହାନ୍ତି ପାଇବେ ଜାନକୀ ବଲ୍ଲଭ ସମ୍ମାନ

By Biswaranjan Pattnaik

April 17, 2023

ଅନୁଗୁଳ: ଆସନ୍ତା ୨୧ ତାରିଖରେ କଟକର ସାରଳା ଭବନ ଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ସ୍ମୃତି କମିଟି ପକ୍ଷରୁ ଅନୁଗୁଳର କୃଷ୍ଣା ମହାନ୍ତିଙ୍କୁ ସମାଜ ସେବା ପାଇଁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ଏଠାରେ ପ୍ରକାଶ ଯୋଗ୍ୟ ଯେ, କୃଷ୍ଣା ମହାନ୍ତି ବାଜି ରାଉତ ଛାତ୍ରାବାସ ଜରିଆରେ ସମାଜରେ ଥିବା ଗରିବ ,ଅସହାୟ,ତଫସିଲଭୁକ୍ତ ଜାତି ଓ ଜନଜାତି ପିଲାଙ୍କ ଶିକ୍ଷାଦାନ ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି।ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ଗାନ୍ଧୀ ଦର୍ଶନ,ମୌଳିକ ଶିକ୍ଷାର ପ୍ରସାର,ସମାଜରୁ ଆର୍ଥିକ ବିସମତା ଦୂର କରିବା ସହ ଏକ ନିଶାମୁକ୍ତ ସମାଜ ଗଢିବାର ସ୍ୱପ୍ନକୁ ସାକାର କରିବା ପାଇଁ କୃଷ୍ଣା ମହାନ୍ତି ଆଜି ସୁଦ୍ଧା ପ୍ରୟାସ ଜାରି ରଖିଛନ୍ତି।