ମୁଖ୍ୟ ଖବର

ଅନୁଗୁଳରେ ଜମି ମାଫିଆ ବିରୋଧରେ କୁଇଓ ଗ୍ରାମବାସୀଙ୍କ ବିକ୍ଷୋଭ: ଜିଲ୍ଲାପାଳ ଅଫିସ ଆଗରେ ଧାରଣା

By Angul TV Bureau

January 12, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଇଓ ଗ୍ରାମବାସୀ ଆଠ ଦଫା ଦାବି ନେଇ  ଜିଲ୍ଲାପାଳ ଅଫିସ ଆଗରେ ଧାରଣା ପ୍ରଦର୍ଶନ କରିଛନ୍ତି। ଗୋଷ୍ଠୀଗତ ସରକାରୀ ସମ୍ପତି ଜବରଦଖଲରୁ ରକ୍ଷା ପାଇଁ ଏହି ବିକ୍ଷୋଭ କରାଯାଇଛି। ପଂଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ଜମି ଲିଜ୍ ଓ ଜଙ୍ଗଲ ଜମି ଅନୁମତି ଜମି ମାଫିଆ ମାନଙ୍କର ସୁଚିନ୍ତିତ ଯୋଜନାର ତଦନ୍ତ କରିବା ପାଇଁ ଦାବି କରାଯାଇଛି।

ଗ୍ରାମବାସୀଙ୍କ ଗୋଷ୍ଠୀଗତ ସରକାରୀ ଜମିକୁ ବାରମ୍ବାର ଅନ୍ୟମାନଙ୍କୁ ଲିଜ୍ ଆକାରରେ ଦିଆ ଯାଉଥିବା ଦ୍ଵାରା ଗୋଷ୍ଠୀଗତ ଅଧିକାର କ୍ଷୁଣ୍ଣ ହେଉଛି ଏବଂ ପଡୋଷୀ ଗ୍ରାମବାସୀ ଗୋଷ୍ଠୀଗତ ଅଧିକାରକୁ ମଧ୍ୟ ଜୋରଜବରଦସ୍ତ ଜିଆର କରୁଥିବାର ତଦନ୍ତ ହେଉ। ଗ୍ରାମର ଗୋଷ୍ଠୀଗତ ସରକାରୀ ଜମି ଲିଜ୍ ଦେବା ଦ୍ଵାରା ଆମର ଅଶେଷ କ୍ଷତି ଯାହାକି ଜୀବନ ଜୀବିକାରେ ପ୍ରଭାବ ପକାଉଛି। ଏଣୁ ଏହାକୁ ବନ୍ଦ କରାଯାଉ।

ଗ୍ରାମର ଗୋଷ୍ଠୀଗତ ଜଙ୍ଗଲ ଅଧିକାରର ସ୍ବୀକୃତି ଏବଂ ବାରମ୍ବାର ଜମି ମାଫିଆ ମାନେ ଗଣ୍ଡଗୋଳ ଓ ମାଡ ପିଟ୍ କରୁଥିବାର ଘଟଣାରେ ପୋଲିସ୍ ତଦନ୍ତ ନ କରି ମାଫିଆମାନଙ୍କୁ ସୁରକ୍ଷା ଦେଉଥିବା ଏବଂ ଏତଲାକୁ ପଞ୍ଜୀକୃତ ନ କରି ଫେରାଇ ଦେଉଥି‌ବାର ଉଚ୍ଚ ସ୍ତରୀୟ ଦନ୍ତ ହେଉ ବୋଲି ଦାବି ହୋଇଛି।