ଅନ୍ୟାନ୍ୟ

୪ ବର୍ଷ ହେଲା କମ୍ପାନୀ କାମ କରୁଥିଲେ ବି ଦେଉନି ସୁବିଧା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ କୁକୁଡ଼ାଙ୍ଗ ଗ୍ରାମବାସୀ

By Angul TV Bureau

May 08, 2023

ଅନୁଗୁଳ: ୫ ଦଫା ଦାବି ନେଇ ଆଜି ସ୍ଥାନୀୟ କୁକୁଡ଼ାଙ୍ଗ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କୁକୁଡ଼ାଙ୍ଗ ଗ୍ରାମରେ ଟିଏଫ୍ଏଲ୍ କମ୍ପାନୀ ଆଜିକୁ ଚାରି ବର୍ଷ ହେଲା କାର୍ଯ୍ୟ କରୁଛି। କିନ୍ତୁ ଗ୍ରାମବାସୀଙ୍କୁ କୌଣସି ସହାୟତା ମିଳୁନାହିଁ। ଏଣୁ ୫ ଦଫା ଦାବି ନେଇ ଆଜି କୁକୁଡ଼ାଙ୍ଗ ଗ୍ରାମବାସୀ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ।