ଅନୁଗୁଳ: କୁଲାଡ଼ କଲ୍ୟାଣମଣ୍ଡପରେ ରବିବାର ନାଲ୍କୋ ଟ୍ରକ୍ ମାଲିକ ସଂଘର ଦିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ସଭାପତି ଭାବେ ମନୋରଞ୍ଜନ ଜେନା, ସମ୍ପାଦକ ରାଜୀବ ଜେନା, ଉପସଭାପତି ତପନ ସାମନ୍ତ ସିଂ, ସହ ସମ୍ପାଦକ ସରୋଜ ଜେନା। ଏବଂ କୋଷାଧ୍ୟକ୍ଷ ଭାବେ ପ୍ରକାଶ କୁମାର ଜେନା ନିର୍ବାଚିତ ହୋଇଛନ୍ତି। ମୋଟ ୨୨୭ ଭୋଟରଙ୍କ ମଧ୍ୟରୁ ୨୨୩ ଜଣ ମତଦାନ କରିଥିଲେ । ସକାଳ ୯ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥଲା। ସଭାପତି ପଦ ପାଇଁ ଦ୍ବିପାକ୍ଷିକ ପ୍ରତିଦ୍ବନ୍ଦିତାରେ ମନୋରଞ୍ଜନ ଜେନା ୧୬୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଅଭୟ ସିଂହଙ୍କୁ ୫୩ ଭୋଟ ମିଳିଛି । ସମ୍ପାଦକ ପଦ ପାଇଁ ରାଜୀବ ଜେନା ଓ ବାବୁଲି ସ୍ବାଇଁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ରାଜୀବଙ୍କୁ ୧୩୦ ଏବଂ ବାବୁଲିଙ୍କୁ ୯୨ ଭୋଟ ମିଳିଥିଲା । ଉପସଭାପତି ପଦ ପାଇଁ ତପନ ସାମନ୍ତ ସିଂହଙ୍କୁ ୧୨୦ ଭୋଟ ମିଳିଥିବା ବେଳେ ତପନ ଜେନାଙ୍କୁ ୧୦୨ ଭୋଟ ମିଳିଛି । ସହ ସମ୍ପାଦକ ପଦରେ ରାକେଶ ଦେହୁରୀ ୯୧ ଭୋଟ ପାଇଥିଲେ। ନିକଟତମ ପ୍ରତିଦ୍ବନ୍ଦୀ ସରୋଜ ଜେନା ୧୩୨ ଭୋଟ ପାଇ ବିଜୟୀ ହୋଇଛନ୍ତି। କୋଷାଧ୍ୟକ୍ଷ ପଦ ପାଇଁ ମୁକେଶ ଜେନା ୧୦୭ ଭୋଟ ପାଇ ଥିବାବେଳେ ପ୍ରତିଦ୍ବନ୍ଦୀ ପ୍ରକାଶ କୁମାର ଜେନା ୧୧୭ ଭୋଟ ପାଇ ବିଜୟୀ ହୋଇଛନ୍ତି।
ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ଅସ୍ଥାୟୀ କମିଟି ପକ୍ଷରୁ ସତ୍ୟବ୍ରତ ସ୍ୱାଇଁ, ବ୍ରହ୍ମାନନ୍ଦ ଜେନା, କୃତାର୍ଥ ଗଡ଼ନାୟକ, ବିପ୍ଳବ ଜେନା, ଅଞ୍ଜନ ପ୍ରଧାନ, ତରୁଣ ସ୍ବାଇଁ ସହଯୋଗ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ନାଲକୋ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା I