ଅନ୍ୟାନ୍ୟ

ରାଣୀଗୋଡ଼ାରେ ବଗାଧରଙ୍କ ବାର୍ଷିକ ପୂଜା ଓ କୁମାର ପୂର୍ଣ୍ଣିମା ଉତ୍ସବ

By Biswaranjan Pattnaik

October 26, 2026

ଅନୁଗୋଳ: ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମର ଆରାଧ୍ୟ ଦେବତା ବଗାଧରଙ୍କ ବାର୍ଷିକ ପୂଜା ଓ କୁମାର ପୂର୍ଣ୍ଣିମା ଉତ୍ସବ ଅକ୍ଟୋବର ୨୫ ତାରିଖରୁ ତିନି ଦିନ ଧରି ଆଡ଼ମ୍ବର ସହ ପାଳିତ ହେଉଛି। ଏହି ଅବସରରେ ଠାକୁରଙ୍କ ବିଜେ ପ୍ରତିମା ‘ଆଲମ’ଙ୍କୁ ବାଦ୍ୟ, ନୃତ୍ୟ ଓ ସୁଆଙ୍ଗ ସହ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର ମହିଳାମାନେ ଝୋଟି ପକାଇ ଦୀପ ଜାଳି ଠାକୁରଙ୍କୁ ବନ୍ଦାପନା କରିଥିଲେ।

ପୂଜକ ଭାଗିରଥି ଦେହୁରୀ ଓ ସହଯୋଗୀଙ୍କ ଦ୍ୱାରା ପାରମ୍ପରିକ ରୀତିନୀତିରେ ପୂଜା ସମ୍ପନ୍ନ ହୋଇଥିଲା। କାଳିଶୀଙ୍କ ଦେହରେ ଠାକୁରଙ୍କ ଆବିର୍ଭାବ ପରେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଜଳ ସିଞ୍ଚନ କରାଯାଇଥିଲା। ହଜାର ହଜାର ଭକ୍ତ ଦର୍ଶନ କରିଥିବା ବେଳେ ଶତାଧିକ ଶିଶୁଙ୍କ ମୁଣ୍ଡନ କରାଯାଇଥିଲା।

ମନଷ୍ଟର କ୍ଲବ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ସହ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ତିନି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ପରିବେଷଣର ବ୍ୟବସ୍ଥା ରହିଛି। ସଭାପତି କମଳ ଲୋଚନ ଦାସଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀ ଓ କମିଟି ସଦସ୍ୟମାନେ ଉତ୍ସବ ପରିଚାଳନା କରୁଛନ୍ତି।