ଅନ୍ୟାନ୍ୟ

ପୋଡ଼ା ଟ୍ରାନ୍ସଫର୍ମର ବଦଳାଇ ନୂଆ ଲଗାଇବାକୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ଗାଁ ଲୋକ

By Angul TV Bureau

September 10, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କରଡ଼ା ଗାଡ଼ିଆ ପଞ୍ଚାୟତ କୁଶାସିଂହା ଗାଁରେ ବଜ୍ରପାତ ଯୋଗୁ ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର ସଜାଡ଼ିବାକୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ।

ଗାଁ ଲୋକଙ୍କ ଅଭିଯୋଗ ମୁତାବକ, ଗତ ଗୁରୁବାର ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା। ଗ୍ରାମବାସୀ ଆଜି ଯାଏଁ ଅନ୍ଧାରରେ ରହିବା ସହ ବହୁତ ହଇରାଣ ହେଉଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି କେହି ନ ଶୁଣିବାରୁ ଆଜି ବାଧ୍ୟ ହୋଇ ୫୦ ରୁ ଊର୍ଦ୍ଧ୍ଵ ଗାଁ ଲୋକ ବିଦ୍ୟୁତ୍ ବିଭାଗର ଏସଡିଓଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ବିଦ୍ୟୁତ ବିଭାଗ ଆସନ୍ତାକାଲି ଦିନ ୧୦ଟା ଭିତରେ ନୂଆ ଟ୍ରାନ୍ସଫର୍ମର ଲଗାଇବେ ବୋଲି ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଘରକୁ ଫେରିଥିଲେ।