ମୁଖ୍ୟ ଖବର

ଅନାସ୍ଥାରେ ପଦ ହରାଇଲେ କୁଶକିଳା ଗ୍ରାମ ପଞ୍ଚାୟତ ସରପଞ୍ଚ, ଜଣେ ହେଲେ ୱାର୍ଡ ମେମ୍ଵର ଦେଲେନି ଭୋଟ୍

By Sanjeeb Biswal

November 13, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୁଶକିଳା ପଞ୍ଚାୟତରେ ବୁଧବାର ଅନାସ୍ଥା ଭୋଟରେ ପଦ ହରାଇଲେ କୁଶକିଳା ସରପଞ୍ଚ। ସରପଞ୍ଚ ସୁଶାନ୍ତ ସାହୁଙ୍କୁ ବିରୋଧ କରି ଗ୍ରାମ ପଞ୍ଚାୟତର ୧୩ଟି ୱାର୍ଡ ସଭ୍ୟସଭ୍ୟା ମାନେ ଅନୁଗୁଳ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

ୱାର୍ଡ ମେମ୍ବରଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ଅନାସ୍ଥା ଭୋଟ ପାଇଁ ବୁଧବାର ଦିନ ସ୍ଥିର କରାଯାଇଥିଲା। ପଞ୍ଚାୟତ ନିୟମ ଅନୁଯାୟୀ କୁଶକିଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଛେଣ୍ଡିପଦାକୁ ତହସିଲଦାର ମାନସ ରାଏଙ୍କ ତତ୍ତ୍ୱାବଧାନରେ ଅନାସ୍ଥା ଭୋଟ କେନ୍ଦ୍ର କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ନାଏବ ସରପଞ୍ଚ ରିଲି ବିଶ୍ୱାଳଙ୍କ ନେତୃତ୍ୱରେ ସିପୁନ ବିଶ୍ୱାଳ, ସରସ୍ୱତୀ ପଲେଇ, ଅରକ୍ଷିତ ବିଶ୍ୱାଳ, କବିତା ସାହୁ, ବିନୋଦିନୀ ସାହୁ, ରଞ୍ଜିତ ସ୍ୱାଇଁ, ଦୁର ନାଏକ, ମିତା ସାହୁ, ଭଗବାନ ସାହୁ, ନମିତା ବେହେରା, ସୁରେଶ ବେହେରା, ବାସନ୍ତୀ ସାହୁ ପ୍ରମୁଖ ୱାର୍ଡ ସଭ୍ୟସଭ୍ୟା ଭୋଟ ଦେଇଥିଲେ। ସରପଞ୍ଚଙ୍କ ସମେତ ମୋଟ ୧୩ ଜଣ ୱାର୍ଡ ସଭ୍ୟସଭ୍ୟାଙ୍କ ମଧ୍ୟରୁ ସମସ୍ତ ୧୩ଜଣ ୱାର୍ଡ ସଭ୍ୟସଭ୍ୟା ସରପଞ୍ଚଙ୍କ ବିରୁଦ୍ଧରେ ଭୋଟ ଦେଇଥିବା ବେଳେ କେବଳ ନିଜେ ସରପଞ୍ଚ ନିଜକୁ ଗୋଟିଏ ଭୋଟ ଦେଇଥିଲେ।

ଆଜିର ଅନାସ୍ଥା ଭୋଟ ସରିବା ପରେ ଅନାସ୍ଥା ସପକ୍ଷରେ ଯାଇଥିବା ଭୋଟ ସମ୍ପର୍କରେ ସମସ୍ତ ବିବରଣୀକୁ ତହସିଲଦାର ଉପଜିଲ୍ଲାପାଳଙ୍କ ପାଖକୁ ପଠାଇଥିବା ଜଣାଯାଇଛି।