ଅନ୍ୟାନ୍ୟ

କ୍ରିଲୋସକାର କମ୍ପାନୀର ଉନ୍ନତମାନର କୃଷି ଯନ୍ତ୍ରପାତି ସୋ’ ରୁମ୍ ଉଦଘାଟିତ, ସୁଲଭ ଦରରେ ଚାଷୀଙ୍କୁ ଯନ୍ତ୍ରପାତି ଯୋଗାଇ ଦେବା ଲକ୍ଷ୍ୟ

By Biswaranjan Pattnaik

January 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ରିଲୋସକାର କମ୍ପାନୀର ଉନ୍ନତମାନର କୃଷି ଯନ୍ତ୍ରପାତି ସୋ ରୁମ୍ ଉଦଘାଟିତ ହୋଇଛି। ଅନୁଗୁଳ କାଲଟାକ୍ସ୍ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ନୂତନ ସୋ ରୁମ ରହିଛି। କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତିନିଧି ବ୍ଲକ କୃଷି ଅଧିକାରୀ ବିନୋଦ କୁମାର ଦଳେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଫିତା କାଟି ସୋ’ ରୁମ୍ ଉଦଘାଟନ କରିଥିଲେ।

କିଲସ୍କର କମ୍ପାନୀର ପାୱାର ଟିଲର, ପାୱାର ଉଇଡ଼ର, ହାରଭେଷ୍ଟର, ଟ୍ରେସର, ହୋଲ ଡିଗର, ବ୍ରସ କଟର, ପାୱାର ସ୍ପ୍ରେ, କଟର ଆଦି ସରକାରଙ୍କ ଦ୍ଵାରା ଅନୁବନ୍ଧିତ। ସରକାରଙ୍କ ତରଫରୁ କୃଷି ଯନ୍ତ୍ରପାତି ଉପରେ ସବସିଡି ଦ୍ୱାରା ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ସହିତ ଲୋକଙ୍କ ଚାଷ ଜମି ଓ ଘରକୁ ଯାଇ ସର୍ଭିସିଂ ଯୋଗାଇବା ଏହାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟାଶ୍ରୀ ଆଗ୍ରୋ ପ୍ରୋପାଇଟର ମାଲିକ ଦେବେଶ କୁମାର ଦେହୁରୀ, ହିଡ଼ିସିଙ୍ଗ କୃଷକ ମହାସଂଘ ସଭାପତି ଦିନେଶ ଦେହୁରୀ ଓ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।