ଅନ୍ୟାନ୍ୟ

କଳା ବ୍ୟାଜ୍ ପିନ୍ଧିଲେ ଲାବ ଟେକ୍ନିସିଆନ

By Biswaranjan Pattnaik

August 01, 2021

ଅନୁଗୁଳ : ବିଭିନ୍ନ ଦାବୀ ନେଇ ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ଏହାର ସଦସ୍ୟ ମାନେ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି। କ୍ୟାଡର ରୁଲ୍ରେ ପରିବର୍ତ୍ତନ, ମେଡିକାଲ କଲେଜ ଓ ବ୍ଲଡ଼ ବ୍ୟାଙ୍କରେ ଟେକ୍ନୋଲୋଜିଷ୍ଟ ଏବଂ ଟେକନିକାଲ ଅଫିସର ପଦବୀ ସୃଷ୍ଟି କରିବା, ଡିଏମ୍ଏଲଟିରେ ପଞ୍ଜିକୃତ ହୋଇନଥିବା ଟେକ୍ନିସିଆନ ମାନଙ୍କୁ ପଦବୀରୁ ବାଦ ଦେବା, ବରିଷ୍ଠ ଟେକ୍ନିସିଆନ ମାନଙ୍କୁ ରକ୍ତ ଉପାଦାନ ପୃଥକୀକରଣ ତାଲିମ ବାଧ୍ୟତାମୂଳକ କରିବାକୁ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି। ସଂଘର ସଭାପତି ଶ୍ରୀକାନ୍ତ ବେହେର। ଓ ସମ୍ପାଦକ ମାନସ ରଞ୍ଜନ ସାହୁ ଏକ ପ୍ରେସ ଵିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।