ଅନ୍ୟାନ୍ୟ

ଜନଶକ୍ତି ମଜଦୁର ସଭା ପକ୍ଷରୁ ଶ୍ରମିକ ଦିବସ

By Biswaranjan Pattnaik

May 03, 2023

ଅନୁଗୁଳ: ସ୍ଥାନୀୟ ଆରଡି ଡାକ ବଙ୍ଗଳାରେ ଜନଶକ୍ତି ମଜଦୁର ସଭା ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଶ୍ରମିକ ସେଲର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର ପାଲ,ଜେଏମ୍ଏସ ଅନୁଗୁଳ ଜିଲ୍ଲା ସଂଯୋଜକ ସିଦ୍ଧାନ୍ତ କୁମାର ଦେଓ,ଆଇନ ପରାମର୍ଶଦାତା ଅନିରୁଦ୍ଧ ଦାସ,ବରିଷ୍ଠ ସଦସ୍ୟ ସଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇ ଦେଶ ଗଠନରେ ଶ୍ରମିକ ମାନଙ୍କ ନିଷ୍ଠା ଓ ତ୍ୟାଗର ପଟାନ୍ତର ନାହିଁ ବୋଲି କହିଥିଲେ। ଶ୍ରମିକ ମାନେ ସଂଗଠିତ ହୋଇ କାର୍ଯ୍ୟକଲେ ସେମାନେ ସରକାରଙ୍କ ଠାରୁ ମିଳୁଥିବା ସୁବିଧା ସୁଯୋଗ ପାଇ ପାରିବେ ବୋଲି କହିଥିଲେ।