ମୁଖ୍ୟ ଖବର

ଏନଟିପିସିର ଶ୍ରମିକ ମାରଣା ନୀତିକୁ ଶ୍ରମିକ ଏକତା ମଞ୍ଚର ଘୋର ବିରୋଧ, ନିର୍ବାଚିତ ପ୍ରତିନିଧିଙ୍କ ନିର୍ଦ୍ଦେଶକୁ କମ୍ପାନୀ ଅବମାନନା କରିଥିବା ଅଭିଯୋଗ

By Angul TV Bureau

May 08, 2023

ତାଳଚେର: ଏନଟିପିସି ଟିଟିପିଏସ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସ୍ଥାନୀୟ ଶ୍ରମିକମାନଙ୍କୁ ଥଇଥାନ କରୁନାହିଁ। ଏ ନେଇ ଶ୍ରମିକ ଏକତା ମଞ୍ଚ ଅଭିଯୋଗ କରିଛି।

ସୂଚନା ଅନୁସାରେ ଗତ ୭ ମେ ୨୦୨୨ରେ ଅନୁଗୁଳ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହେଇ ପାରିପାର୍ଶ୍ବିକ ଚାରିଟି ପଞ୍ଚାୟତର ଶ୍ରମିକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହ ୨୦୨୧ ମାର୍ଚ୍ଚରେ ଛଟେଇ ହୋଇଥିବା ୮୭୫ ଜଣ ଶ୍ରମିକଙ୍କୁ ଅଗ୍ରାଧିକାର ଭିତ୍ତିରେ ପୁନଃ ନିଯୁକ୍ତି ଦେବା ପାଇଁ ସମ୍ମତି ପ୍ରକାଶ ପାଇଥିଲା।

କିନ୍ତୁ ଏବେ ସୁଦ୍ଧା ୪୪୮ଜଣ ଶ୍ରମିକଙ୍କୁ ନିଯୁକ୍ତି ମିଳିଥିବା ବେଳେ ବଳକା ୪୨୭ ଜଣ ଶ୍ରମିକମାନଙ୍କୁ ଅଦ୍ୟାବଧି ଥଇଥାନ କରାଯାଇନାହିଁ। ସେଥିରେ ମଧ୍ୟ ବାହାର ଜିଲ୍ଲାର ଶ୍ରମିକ ଥିବା ଜଣାଯାଇଛି। ଏଣୁ ସ୍ଥାନୀୟ ଲୋକ ପ୍ରତିନିଧିମାନେ ନିର୍ଦ୍ଦେଶ ଦେଲା ପରେ ବି ଏନଟିପିସି କିଭଳି ଭାବେ ବିନା ଜୀବନବୀମାରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଉଛି ସେ ନେଇ ଶ୍ରମିକ ଏକତା ମଞ୍ଚ ପ୍ରଶ୍ନ କରିଛି।