ମୁଖ୍ୟ ଖବର

ଅନୁଗୁଳରେ ଶ୍ରମିକ ଦିବସ ପାଳିତ: ୨୫୮ ଜଣ ହିତାଧିକାରୀଙ୍କୁ ୧ କୋଟି ୩୬ ଲକ୍ଷ ୫୪ ହଜାର ୪୦୦ ଟଙ୍କା ପ୍ରଦାନ

By Angul TV Bureau

May 02, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ସହଯୋଗରେ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ସଭାଘରେ ଆୟୋଜିତ ହୋଇଛି।ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏ ଅବସରରେ ଶିକ୍ଷା ସହାୟତା ବାବଦରେ ୭୭ ଜଣ ହିତାଧିକାରୀଙ୍କୁ ୭ ଲକ୍ଷ ୫୯ ହଜାର ୪୦୦ ଟଙ୍କା, ବିବାହ ସହାୟତା ବାବଦରେ ୧୨୬ ଜଣ ହିତାଧିକାରୀଙ୍କୁ ୬୩ ଲକ୍ଷ ଟଙ୍କା, ପ୍ରସୂତିକାଳୀନ ସହାୟତା ବାବଦରେ ୮ ଜଣ ହିତାଧିକାରୀଙ୍କୁ ୮୦ ହଜାର ଟଙ୍କା, ମୃତ୍ୟୁ ସହାୟତା ବାବଦରେ ୨୩ ହିତାଧିକାରୀଙ୍କୁ ୬୨ ଲକ୍ଷ ଟଙ୍କା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ୨୩ ଜଣଙ୍କୁ ୧ ଲକ୍ଷ ୧୫ ହଜାର ଟଙ୍କା, ମୃତ୍ୟୁକାଳୀନ ସହାୟତା ବାବଦରେ ୧ ଅଣସଙ୍ଗଠିତ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ସର୍ବମୋଟ ୨୫୮ ଜଣ ହିତାଧିକାରୀଙ୍କୁ ୧ କୋଟି ୩୬ ଲକ୍ଷ ୫୪ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଜିଲ୍ଲା ଶ୍ରମ ଅଧିକାରିଣୀ (କଲ୍ୟାଣ) ଲିରିକା ରାୟ, ଜିଲ୍ଲା ଶ୍ରମ ଅଧିକାରିଣୀ (ପ୍ରବର୍ତ୍ତନ) ପ୍ରିୟମ୍ବଦା ସ୍ବାଇଁ, ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି, ଛେଣ୍ଡିପଦା ସହକାରୀ ଶ୍ରମ ଅଧିକାରିଣୀ ପଦ୍ମଜା ସାହୁ, କିଶୋରନଗର ସହକାରୀ ଶ୍ରମ ଅଧିକାରୀ ଅଶ୍ବିନୀ କୁମାର ମୁଦୁଲିଙ୍କ ସମେତ ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟର କର୍ମଚାରୀ ଏବଂ ୫୫୦ରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ।