ଘଟଣା ଓ ଦୁର୍ଘଟଣା

ଶ୍ରମିକ ଦିବସ ଶ୍ରମିକଙ୍କ ମୃତ୍ୟୁ: ନାଲକୋ ପ୍ଲାଣ୍ଟ ଆଗରେ ଶବ ରଖି ବିକ୍ଷୋଭ କଲେ ପରିବାର ଲୋକ

By Angul TV Bureau

May 02, 2024

ନାଲକୋ ନଗର: ସ୍ଥାନୀୟ ନାଲକୋ ନଗରର ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ପଟଲାଇନ-୪ ରେ ସଫେଇ ଠିକା କର୍ମଚାରୀ ଭବେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କୁଆଳୁ ଗ୍ରାମର ବିଜୟ ରାଣ। କିଛି ଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଗତକାଲି ଶ୍ରମିକ ଦିବସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ତାଙ୍କ ମୃତ୍ୟୁ ପରେ ପରିବାରରୁ ଜଣଙ୍କୁ ନିଯୁକ୍ତି ପାଇଁ ଦାବି କରି ପରିବାର ସଦସ୍ୟ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖ ମୃତ ଦେହ ରଖି ବସି ରହିଥିଲେ। ଖବର ପାଇ ନାଲକୋ ପ୍ରଶାସନ ତରଫରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା। ପରେ ପ୍ରଶାସନର ପ୍ରତିଶ୍ରୁତି ପାଇ ଘଟଣା ସ୍ଥଳରୁ ମୃତ ଶରୀରକୁ ନେଇ ପରିବାର ଲୋକ ଚାଲି ଯାଇଥିବା ଜଣାଯାଇଛି।