ମୁଖ୍ୟ ଖବର

ଶ୍ରମିକ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିଶନ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ

By Biswaranjan Pattnaik

July 25, 2025

ଅନୁଗୁଳ: ଜାତୀୟ ମାନବାଧିକାର କମିଶନ ଶ୍ରମ ଓ ନିୟୋଜନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଚିଠିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ନେଇ ଅଧିକ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ବର୍ଷ ସେପ୍ଟେମ୍ବର ୧୩ ତାରିଖରେ ବଅଁରପାଳ ବ୍ଲକ୍ ନୁଆହତା ଗାଁରେ ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଦୁଇ ଜଣ ଶ୍ରମିକଙ୍କ ବିଷାକ୍ତ ଗ୍ୟାସ ଯୋଗୁଁ ମୃତ୍ୟୁ ଘଟିଥିଲା।ଉକ୍ତ ଶ୍ରମିକ ଦୁଇଜଣ ରଘୁ ହାଁସଦା ଓ ମେଧା ନାଗ ମୟୂରଭଞ୍ଜ ଅଞ୍ଚଳର ଲୋକ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ ଶ୍ରମିକ ଭାବେ କାମ କରୁଥିଲେ। ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଅଖଣ୍ଡ କମିଶନ ନିକଟରେ ଏହି ଅଭିଯୋଗ କରିଛନ୍ତି। ଆଇନଜୀବୀ ପ୍ରତ୍ୟେକ ମୃତକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୁରାଣ ଦେବାକୁ କମିଶନ ନିକଟରେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ସେପ୍ଟେମ୍ବର ପହିଲା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ପୂର୍ବରୁ ଦୁଇ ଶ୍ରମିକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ଦଶ ହଜାର ଲେଖାଏଁ ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା।