ଅନ୍ୟାନ୍ୟ

ଖୋଲିବ କଲେଜ ଲାବୋରେଟୋରୀ

By Angul TV Bureau

December 05, 2020

ଅନୁଗୁଳ: ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲାବୋରେଟୋରୀ ଖୋଲାଯିବ ବୋଲି ଶୁକ୍ରବାର ରାଜ୍ୟ ସରକାର ଘୋଷଣା କରିଛନ୍ତି।ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପରୀକ୍ଷାମୂଳକ କାର୍ଯ୍ୟ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ପିଏଚଡ଼ି, ଏମଫିଲ୍ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଲାଗି ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକର ଲାବୋରେଟୋରୀ ଗୁଡିକ ଖୋଲାଯାଇପାରିବ। ତେବେ ଲାବୋରେଟୋରୀ ଗୁଡିକରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ କୋଭିଡ-୧୯ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।