ମୁଖ୍ୟ ଖବର

ତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

By Biswaranjan Pattnaik

May 15, 2021

ଅନୁଗୁଳ: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଟେଷ୍ଟିଂ କିଟ୍ ଅଭାବ ଦେଖିବାକୁ ମିଳିଛି । ଫଳରେ କରୋନା ପରୀକ୍ଷା ହୋଇ ପାରୁନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଟେଷ୍ଟ କରିବା ପାଇଁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି। ହେଲେ କିଟ୍ ନଥିବାରୁ ଟେଷ୍ଟ ହୋଇପାରିବ ନାହିଁ ବୋଲି କହି ଡାକ୍ତରଖାନା କର୍ତ୍ତୃପକ୍ଷ କାମ ସାରିଦେଉଛନ୍ତି। ସେପଟେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଥିବା ଲୋକ ନିରାଶ ହୋଇ ଘରକୁ ଫେରୁଛନ୍ତି । ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନା ପାଇଁ ପ୍ରାୟ ଦୈନିକ ୫୦୦ କିଟ୍ ଆବଶ୍ୟକତା ଥିଲା ବେଳେ ଏଠାକୁ ଅଧାରୁ କମ୍‌ କିଟ୍ ଆସୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଜଣାପଡ଼ିଛି। ଶୁକ୍ରବାର ସକାଳେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲୋକମାନେ ଏଥିନେଇ ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଳଚେରକୁ ଏଭଳି ଅଳ୍ପ ସଂଖ୍ୟକ କିଟ୍ ପଠାଇବା ଦ୍ବାରା ଲୋକମାନଙ୍କର ଟେଷ୍ଟ ଠିକ୍ ଭାବେ ହୋଇପାରୁନାହିଁ ।