ସ୍ୱତନ୍ତ୍ର

ଖାଇବା-ଶୋଇବାରେ ବ୍ୟବଧାନ ନ ରହିଲେ ବଢ଼େ କର୍କଟ ଆଶଙ୍କା

By Swagatika Samantray

April 15, 2025

ଅନୁଗୁଳ: ଖାଇବା ଓ ଶୋଇବାରେ କେତେକ ନୀତିନିୟମ ରହିଛି। ଏହାକୁ ଅନେକ ଅଣଦେଖା କରିଥାନ୍ତି। ରାତିରେ ଖାଇବା ପରେ ପରେ ଅନେକ ବିଛଣା ଧରନ୍ତି। ସ୍ବାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍ ନୁହେଁ। ବାର୍ସିଲୋନା ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଗ୍ଲୋବାଲ ହେଲ୍‌ଥର ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ରାତିରେ ଖାଇବା ଓ ଶୋଇବା ମଧ୍ୟରେ ପାଖାପାଖୀ ଦୁଇଘଣ୍ଟା ବ୍ୟବଧାନ ରଖୀବା ଆବଶ୍ୟକ। ଏପରି ନ କରିବା ଦ୍ବାରା ଜଣେ ବ୍ୟକ୍ତିଙ୍କୁ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଆଉ ଯେଉଁମାନେ ଉପରୋକ୍ତ ନିୟମ ମାନି ଚଳିଥାନ୍ତି, ସେମାନଙ୍କ ତୁଳନାରେ ଏହି ନିୟମ ନ ମାନୁଥିବା ବ୍ୟକ୍ତିଙ୍କ ଠାରେ କର୍କଟ ହେବାର ଆଶଙ୍କା ୨୫ ପ୍ରତିଶତ ଅଧିକ ରହିଥାଏ। କେବଳ ସେତିକି ନୁହେଁ, ଏହା ସେମାନଙ୍କ ଭୋକ ଏବଂ ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ଅଧ୍ୟୟନରେ କର୍କଟ ପୀଡ଼ିତ ୬୦୦ରୁ ଅଧିକ ପୁରୁଷ ଏବଂ ୧,୨୦୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସାମିଲ କରାଯାଇଥିଲା। ପୀଡ଼ିତ ଲୋକଙ୍କ ମଧ୍ୟରୁ କେହି ଜଣେ ବି ନାଇଟ୍‌ ସିଫ୍ଟ କରି ନଥିଲେ। ବରଂ ଏମାନେ ରାତିରେ ଖାଦ୍ୟ ଖାଇବା ପରେପରେ ଶୋଇଥିବାରୁ କର୍କଟରେ ପୀଡ଼ିତ ହୋଇଥିବା କଥା ଅଧ୍ୟୟନରେ କୁହାଯାଇଛି।