ଅନୁଗୋଳ: ଦୁର୍ଗାପୂଜା ଓ ଦୀପାବଳିର ପାର୍ବଣ ଋତୁକୁ ଆହୁରି ଖୁସିମୟ କରିବା ପାଇଁ ଗ୍ରାହକଙ୍କ ନିମନ୍ତେ ଆକର୍ଷଣୀୟ ଅଫର ନେଇ ଆସିଛି ଲକ୍ଷ୍ମୀ ହୋଣ୍ଡା। ହୋଣ୍ଡାର ସ୍କୁଟର ଓ ବାଇକ୍ କ୍ରେତାଙ୍କ ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଫେଷ୍ଟିଭ୍ ଅଫର ‘Honda Joy Fest 2026’। ଏହି ଅଫରରେ କ୍ୟାସବ୍ୟାକ୍, ଆକର୍ଷଣୀୟ ଉପହାର ଓ ସହଜ ଫାଇନାନ୍ସ ସୁବିଧା ଗ୍ରାହକଙ୍କୁ ନୂଆ ଗାଡ଼ି କିଣିବାର ସୁଯୋଗ ଦେଉଛି।
ଏହି ଫେଷ୍ଟିଭ୍ ଅଫରରେ ଗାଡ଼ି କ୍ରୟ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ସହ ପ୍ରତ୍ୟେକ କ୍ରୟରେ ନିଶ୍ଚିତ ଉପହାର ରହିଛି। ଏଥିସହ ଦୈନିକ ଲକି ଡ୍ର’ ମାଧ୍ୟମରେ iPhone 17 ଜିତିବାର ସୁଯୋଗ ମଧ୍ୟ ମିଳିବ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଫ୍ରିଜ୍, ୱାସିଂ ମେସିନ୍, ମାଇକ୍ରୋୱେଭ୍, ଡିନର ସେଟ୍ ଓ ଏୟାର ଫ୍ରାୟର ଭଳି ଆକର୍ଷଣୀୟ ଉପହାରର ବ୍ୟବସ୍ଥା କରାଯାଇଛି।କେବଳ ଉପହାର ନୁହେଁ, ଗାଡ଼ି କିଣିବାକୁ ଆହୁରି ସହଜ କରିବା ପାଇଁ ଫାଇନାନ୍ସ ସୁବିଧା ମଧ୍ୟ ରହିଛି। ମାତ୍ର ୫.୯୯ ପ୍ରତିଶତ ସୁଧହାରରୁ ଋଣ, କମ୍ ଡାଉନ୍ ପେମେଣ୍ଟ, ୬୦ ମାସ ପର୍ଯ୍ୟନ୍ତ କିସ୍ତି ଦେବାର ସୁବିଧା ଏବଂ No Hypothecation ସୁବିଧା ଉପଲବ୍ଧ ରହିଛି। ଫଳରେ ପାର୍ବଣରେ ନିଜ ପସନ୍ଦର ହୋଣ୍ଡା ସ୍କୁଟର କିମ୍ବା ବାଇକ୍ କିଣିବାକୁ ଯୋଜନା କରୁଥିବା ଗ୍ରାହକ ଏହି ଅଫରର ଲାଭ ଉଠାଇପାରିବେ।
ଏ ସମ୍ପର୍କରେ ଲକ୍ଷ୍ମୀ ହୋଣ୍ଡାର ସ୍ୱେତାଧିକାରୀ ବିକ୍ରମ ଅଗ୍ରୱାଲ ଗ୍ରାହକଙ୍କୁ ନିକଟସ୍ଥ ଲକ୍ଷ୍ମୀ ହୋଣ୍ଡା ଶୋ’ରୁମ୍କୁ ଆସି ଅଫରର ବିସ୍ତୃତ ବିବରଣୀ ଜାଣିବା ସହ ଏହି ପାର୍ବଣ ସୁଯୋଗର ଲାଭ ନେବାକୁ ଅନୁରୋଧ କରିଛନ୍ତି।