ଘଟଣା ଓ ଦୁର୍ଘଟଣା

ଲକ୍ଷ୍ମୀପୂଜା ଭସାଣିରେ ଅଘଟଣ ବାଜାବାଲାଙ୍କ ଉପରେ ଟ୍ରାକ୍ଟର ଚଢ଼ିଗଲା,୪ ଆହତ

By Angul TV Bureau

October 23, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଗଣ୍ଡମାଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଲକ୍ଷ୍ମୀପୂଜା ଭସାଣିରେ ଟ୍ରାକ୍ଟର ଧକ୍କାରେ ୪ ଜଣ ଆହତ ହୋଇଥିବା ଜଣାଯାଇଛି ସେମାନଙ୍କୁ ଗୁରୁତର ଅବସ୍ଥାରେ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଣ୍ଡମାଳା ଗ୍ରାମରେ ଶୁକ୍ରବାର ଅପରାହ୍‌ଣରେ ଟ୍ରାକ୍ଟର ଉପରେ ମେଢ଼ ରଖି ଭସାଣି ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଅଧାରାସ୍ତାରେ ଚାଳକ ଭାରସାମ୍ୟ ହରାଇବାରୁ ସେ ଗାଡ଼ି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ସାମ୍‌ନାରେ ବାଜାବାଲାଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ଏଥିରେ ଗଣ୍ଡମାଳା ଗ୍ରାମର ଶରତ ଗୋଛାୟତ, ଦିପୁନ ଗୋଛାୟତ, ପିଣ୍ଟୁ ଗୋଛାୟତ ଓ ପ୍ରଶାନ୍ତ ଗୋଛାୟତ ଆହତ ହୋଇଥିଲେ ।