ମୁଖ୍ୟ ଖବର

କିଶୋରନଗର ତହସିଲରେ ପଟ୍ଟା ବଣ୍ଟନ: ଜମି କିଣୁ କିଣୁ ପଟ୍ଟା ପାଇଲେ ୬ ମାଲିକ

By Angul TV Bureau

August 02, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ତହସିଲରେ ପଟ୍ଟା ବଣ୍ଟନ କରାଯାଇଛି। କିଶୋରନଗର ତହସିଲରେ ଶୁକ୍ରବାର ୬ ଜଣ ଜମି କିଣିବା ସଙ୍ଗେ ସଙ୍ଗେ ପଟ୍ଟା ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ କିଶୋରନଗର ତହସିଲଦାର ମନୋଜ କୁମାର ପ୍ରଧାନ ଯୋଗ ଦେଇ ଜମି କିଣିଥିବା ତୃତିମୟୀ ସ୍ଵାଇଁ, ବିଜୟ କୁମାର ପରିଡ଼ା, ସୁଶାନ୍ତ କୁମାର ପ୍ରଧାନ, ବିଜୟ ପରିଡ଼ା, ସାଗରିକା ପ୍ରଧାନ, ଆଶିଷ କୁମାର ପ୍ରଧାନଙ୍କୁ ନୂତନ ପଟ୍ଟା ପ୍ରଦାନ କରିଥିଲେ।

ତେବେ ଗୋଟିଏ ଦିନ ମଧ୍ୟରେ କିଣା ବିକା ସହ ପଟ୍ଟା ବଣ୍ଟନ କରାଯାଇଥିବା ଯୋଗୁଁ ଜମି କିଣିଥିବା ମାଲିକମାନେ ଖୁସି ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ବିଶ୍ବାଳ, ମାନସ ପୃଷ୍ଟି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।