ଅନ୍ୟାନ୍ୟ

ବିଶ୍ଵ ମିତବ୍ୟୟିତା ଦିବସ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ

By Biswaranjan Pattnaik

November 02, 2023

ଅନୁଗୁଳ: ବିଶ୍ଵ ମିତବ୍ୟୟୀତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ଆନୁକୁଲ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଜଗନ୍ନାଥ ସେନାପତି ଆଜିର ସମାଜରେ ମିତବ୍ୟୟୀ ହେବା ଏବଂ ସଞ୍ଚୟ ମନବୃତ୍ତି ରଖିବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ସମାରୋହରେ ସହକାରୀ ଡାକ ଅଧିକ୍ଷକ,ମୁଖ୍ୟ ଡାକପାଳ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସଚେତନତା ରଥ ନାଲକୋନଗର, ଡେରା ତାଳଚେର,ସାଉଥ୍ ବଲଣ୍ଡା ଆଦି ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲା।